Breaking

ରାଜ୍ୟ ପାଳୁଛି ୭୨ତମ ସ୍ୱାଧୀନତା ଦିବସ

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର:ଭୁବନେଶ୍ୱର ଗାନ୍ଧିମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ପରେଡ୍ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭୨ତମ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟବାସୀଙ୍କୁ
ଶୁଭେଚ୍ଚା ଜଣାଇବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ବିଶେଷ ଭୂମିକା ରହିଛି।ଆଜିଠୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହେଉଛି। ଯୋଜନା ଦ୍ୱାରା ଓଡ଼ିଶାର ୭୦ ଲକ୍ଷ ପରିବାର ଉପକୃତ ହେବେ। ଏହା ସହିତ ରାଜ୍ୟରେ ଆଗକୁ ହେବାକୁ ଥିବା ହକି ବିଶ୍ବକପ୍ ର ସଫଳ ରୂପାୟନ ପାଇଁ ସହଯୋଗ କାମନା କରିଛନ୍ତି। ପରିଶେଷରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରି ଏକ ସୁସ୍ଥ ସମାଜ ଗଠନର ଆହ୍ବାନ ଦେଇଛନ୍ତି।

loading...

Leave A Reply

Your email address will not be published.