Breaking

ଆସୁଛନ୍ତି ବିଛା ଗ୍ୟାଙ୍ଗ୍

0

ଭୁବନେଶ୍ବର: ଓଲିଉଡ ଗିମିକ୍ ମାଷ୍ଟର ସଞ୍ଜୟ ନାୟକ ସର୍ବଦା ସିନେମାରେ ପରୀକ୍ଷା ନିରୀକ୍ଷା ଚଳାଇଥାନ୍ତି । ଏବେ ପୁଣି ଥରେ ସେମିତି କିଛି କରିବାକୁ ଯାଉଛନ୍ତି । ସ୍ୱାଧୀନତା ଦିବସରେ ଅବସରରେ ନୂଆ ଓଡ଼ିଆ ସିନେମା ‘ବିଛା ଗ୍ୟାଙ୍ଗ୍’ର ଶୀର୍ଷକ ଘୋଷଣା କରି ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି। ତରଙ୍ଗ ସିନେ ପ୍ରଡକ୍ସନ୍ସ ବ୍ୟାନର ଏବଂ ସଞ୍ଜୟ ନାୟକ ଫିଲ୍ମସ୍‌ ମିଳିତ ବ୍ୟାନରରେ ନିର୍ମାଣ ହେଉଛି ଏହି ସିନେମା। ଏହାର ପ୍ରଯୋଜନା ସାଙ୍ଗକୁ କାହାଣୀ, ସଂଳାପ ଓ ନିର୍ଦ୍ଦେଶନା ଭାର ନିଜେ ସଞ୍ଜୟ ସମ୍ଭାଳିଛନ୍ତି। ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ଦେବୀଦତ୍ତ ମହାନ୍ତି। ଗୀତ ସଞ୍ଜୟ ଲେଖିଥିଲାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ। ଗୀତ ଗାଇଛନ୍ତି ସତ୍ୟଜିତ୍ ଓ ନେହା ନିହାରିକା।

ନୃତ୍ୟ ସଂଯୋଜନା କରିଛନ୍ତି ପ୍ରେମ ଗୋପୀ। କ୍ୟାମେରା ପରିଚାଳନାରେ ଏସ୍. ରଞ୍ଜନ ଏବଂ ସମ୍ପାଦନାରେ ରଞ୍ଜନ ଖଟେଇ ରହିଛନ୍ତି। ଏଥିରେ ଅଭିନେତା ଦୀପକ, ଅଭିନେତ୍ରୀ ଅର୍ଲିନ୍ ଅଙ୍କିତା ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ପିଣ୍ଟୁ ନନ୍ଦ, ପୁଷ୍ପା ପଣ୍ଡା, ପ୍ରଦୀପ ଦେବତା, କେକେ, କାଳୀ, ଦେବ, ଚୌଧୁରୀ ଜୟପ୍ରକାଶ ଦାସ, ବିଜୁ ବଡ଼ଜେନା, ଡ. ସୋନମ ସ୍ବାଇଁ ପ୍ରମୁଖ ବିଭିନ୍ନ ଚରିତ୍ରରେ ନଜର ଆସିବେ। ପୂର୍ବରୁ କୁକୁର, ମୂଷା, ବିଛା, ସାପକୁ ପରଦାକୁ ଆଣି ସାରିଥିଲାବେଳେ ଏବେ ବିଛା ଗ୍ୟାଙ୍ଗ୍ ନେଇ ଆସୁଛନ୍ତି ସଞ୍ଜୟ । ଆଶା ତାଙ୍କର ଅନ୍ୟସବୁ ସିନେମା ପରି ଏହି ସିନେମା ବି ଓଡ଼ିଆ ଦର୍ଶକଙ୍କୁ କିଛି ନୂଆ ସ୍ବାଦ ଦେବ । କିନ୍ତୁ ବିଛା କାମୁଡିକି ଷତାକ୍ତ କରିବ କି ନାହିଁ ତାହା ସମୟ କହିବ।

loading...

Leave A Reply

Your email address will not be published.