Breaking

ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ଯୁବ ନେତା ତଥା ସମାଜସେବୀଙ୍କ ଵୃକ୍ଷରୋପଣ କାର୍ଯ୍ୟକ୍ରମ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁୁରୋ:

ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ଯୁବ ନେତା ତଥା ସମଜସେବୀ ଚେତନ କୁମାର ମହାପାତ୍ର ଙ୍କ ନେତୃତ୍ୱରେ ଭୁବନେଶ୍ୱର ମହାନଗର ର ଅନେକ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଆଜି ପୃଥିବୀ ରେ ବଢୁଥିବା ତାପମାତ୍ରା ଏବଂ ପ୍ରତିକୂଳ ପରିବେଶ ପାଇଁ ବୃକ୍ଷରୋପଣ ହିଁ ଏକମାତ୍ର ଵିକଳ୍ପ, ଯାହା ଜୀବ ଜଗତ ପାଇଁ ମଂଗଳକାରୀ ଅଟେ । ଏହି କାର୍ଯ୍ୟକ୍ରମ ରେ ଅନେକ ସହୃଦୟ ବ୍ୟକ୍ତି ଯଥା ମଟରାଜ ଡୁଙ୍ଗୁଡୁଙ୍ଗୁ ମହୋଦୟ, ପ୍ରଶାନ୍ତ କୁମାର ଦାସ ମହୋଦୟ, ଡ଼. ସତ୍ୟବ୍ରତ ସାମଲ ମହୋଦୟ , ବିଦ୍ୟାଧର ମାଝୀ ମହୋଦୟ, ପ୍ରତିମା ଦାସ ମହାନ୍ତି, ଚନ୍ଦ୍ରକାନ୍ତ ବଡ଼ଜେନା ମହୋଦୟ , ରବିନାରାୟଣ ଦାଶ ମହୋଦୟ ଏବଂ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିଥିଲେ । ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ।

loading...

Leave A Reply

Your email address will not be published.