Breaking

ଲୋନ ବଦଳରେ ଶାରୀରିକ ସମ୍ପର୍କ ରଖିବାକୁ କହିଲେ ମ୍ୟାନେଜର : ନିର୍ଧୁମ ଛେଚିଲେ ମହିଳା

0

ବେଙ୍ଗାଲୁରୁ :ବ୍ୟାଙ୍କ ଋଣ ପାଇଁ ଯୌନ ସମ୍ପର୍କ ରକ୍ଷା କରିବାକୁ ଦାବି କରିଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ବିଚ୍ ରାସ୍ତାରେ ନିସ୍ତୁକ ମାଡ଼ ମାରିଛନ୍ତି ଜଣେ ମହିଳା। ଘଟଣାଟି ଘଟିଛି ଦକ୍ଷିଣ କର୍ଣ୍ଣାଟକର ଦାଭାବାନଗେର ସହରରେ।ସୋସିଅାଲ ମିଡିଅାରେ ଭିଡିଓ ଅପଲୋଡ ହେବା ପରେ ମହିଳାଙ୍କ ସାହସକୁ ଅନେକ ପ୍ରଶଂସା କରିଥିବା ବେଳେ ଅସଦାଚରଣ କରୁଥିବା ବ୍ୟକ୍ତିଙ୍କୁ ଏଭଳି ଶାସ୍ତି ଦେବା ଉପରେ ଅନେକ ଯୁକ୍ତି ବାଢ଼ିଛନ୍ତି।
ସୂଚନା ମୁତାବକ ଏହି ଘଟଣା ସୋମବାର ଘଟିଛି। ମହିଳା କହିଛନ୍ତି ଯେ ସେ ଡିଏଚଏଫଏଲ ବ୍ୟାଙ୍କକୁ ଦୁଇ ଲକ୍ଷ ଟଙ୍କା ଲୋନ ପାଇଁ ଆବେଦନ କରିଥିଲେ। ମାତ୍ର ସେଠାକାର ମ୍ୟାନେଜର ତାଙ୍କୁ ହୀନ ଉଦ୍ଦେଶ୍ୟରେ ସ୍ପର୍ଶ କରିବା ସହିତ କହିଥିଲେ ଯେ ଯଦି ଲୋନ କରାଇ ଦେବାକୁ ଚାହୁଁଛ ତେବେ ଏହା ପୂର୍ବରୁ ମୋ ସହିତ ଶାରୀରିକ ସଂପର୍କ ରଖିବାକୁ ପଡ଼ିବ। ଏଥିରେ କ୍ରୋଧିତ ହୋଇ ମହିଳା ଜଣକ ବ୍ୟାଙ୍କ ମ୍ୟାନେଜରଙ୍କ ସାର୍ଟ କଲର ଧରି ବ୍ୟାଙ୍କ ଭିତରୁ ବାହାରକୁ ଟାଣି ଆଣିଥିଲେ ଏବଂ ତାଙ୍କୁ ବହୁତ ମାରିଥିଲେ। ଏହି ଘଟଣା ପରେ ପୁଲିସ ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କରିଛି।

loading...

Leave A Reply

Your email address will not be published.