Breaking

ଖୁବ ଶୀଘ୍ର ଶୀମନ୍ଦିରରେ ଲାଗିବ ମହାପ୍ରସାଦ ଦର ତାଲିକା

0

ପୁରୀ : ଶ୍ରୀମନ୍ଦିରରେ ମହାପ୍ରସାଦ ମୂଲ୍ୟ ନିର୍ଦ୍ଧାରଣ ନେଇ ବୈଠକ । ମୁଖ୍ୟ ପ୍ରଶାସକ, ସୁଅାର ଓ ମହାସୁଅାର ନିଯୋଗକୁ ନେଇ ବୈଠକ ହୋଇଛି। କୋଠଭୋଗ ସାମଗ୍ରୀ ଓ ସେ ସମ୍ପର୍କିତ ଖର୍ଚ୍ଚ ନେଇ ଅାଲୋଚନା ଚାଲିଛି। ଖୁବ୍‌ ଶୀଘ୍ର ମହାପ୍ରସାଦ ଦର ତାଲିକା ପ୍ରକାଶ କରିବାକୁ ନିଷ୍ପତ୍ତି ନିଅାଯିବ।ଆନନ୍ଦ ବଜାରେ ହେଲ୍‌ପ ଡେସ୍କ ଓ ଅଭିଯୋଗ ପ୍ରକୋଷ୍ଠ ରହିବ । ମହାପ୍ରସାଦ ଦର ତାଲିକା ଖୁବ ଶୀଘ୍ର ଆନନ୍ଦ ବଜାରରେ ଲାଗିବ । କୋଠଭୋଗ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । କୋଠ ଭୋଗ ପାଇଁ ଆବଶ୍ୟକ ଖର୍ଚ୍ଚର ଆକଳନ କରି ଦର ତାଲିକା ନିର୍ଦ୍ଧାରଣ ହେବ । କୋଠ ଭୋଗ ରନ୍ଧା ବେଳେ ଦେଉଳକରଣ ଓ ଶ୍ରୀମନ୍ଦିର ସୁପରଭାଇଜର ଅନୁଧ୍ୟାନ କରିବେ । ଏହା ବ୍ୟତୀତ ଆନନ୍ଦବଜାରରେ ଅନଧିକୃତ ଅଣସେବାୟତଙ୍କ ପ୍ରବେଶକୁ ନିଷେଧ କରାଯାଇଛି ।ମହାପ୍ରସାଦ ପ୍ରସ୍ତୁତିରେ ସେବାୟତଙ୍କ ପାରିଶ୍ରମିକ, ପାଣି, ପରିବା, ବୋଝମୂଲ, ହାଣ୍ଡି କୁଡୁଆ କ୍ଷତି ଓ ସୁଆରଙ୍କ ଲାଭାଂଶଙ୍କୁ ମହାପ୍ରସାଦ ମୂଲ୍ୟ ନିର୍ଦ୍ଧାରଣ ହେବା ନେଇ ଖୁବ ଶୀଘ୍ର ନିଷ୍ପତି ନିଆଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି।

loading...

Leave A Reply

Your email address will not be published.