Breaking

ଆଜିଠୁ କଟକରେ ଐତିହାସିକ ବାଲିଯାତ୍ରା

0

କଟକ: ଆଜିଠୁ କଟକରେ ଐତିହାସିକ ବାଲିଯାତ୍ରା ଆରମ୍ଭ ହେଉଛି। ଏଥିପାଇଁ କଟକ କିଲ୍ଲା ପଡିଆ ଏବଂ ମହାନଦୀ ପଠାରେ ପ୍ରସ୍ତୁତି ଶେଷ ହୋଇଛି। ଆଜି ସଂଧ୍ୟାରେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଓ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମିଳିତ ଭାବେ ଏହାକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଡିସେମ୍ବର ୨ ତାରିଖରେ ବାଲିଯାତ୍ରା ଶେଷ ହେବ। । ଆଜିଠାରୁ ଦଶ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବ ଅବସରରେ ନାଚଗୀତ ସହ କିଣାକିଣିର ମଜା ଉଠାଇବେ ଲୋକେ। ସପ୍ତାହ ବ୍ୟାପି ବାଣିଜ୍ୟ ମେଳା ପାଇଁ ଜିଲ୍ଲା ପ୍ରଶାସନ, ସିଏମସି, କମିଶନରେଟ ପୋଲିସ, ସେସୁ ଓ ଅଗ୍ନିଶମ ବିଭାଗ ମଧ୍ୟ ପୂରା ପ୍ରସ୍ତୁତ ରହିଛି।

loading...

Leave A Reply

Your email address will not be published.