ଭୁବନେଶ୍ୱର:ବିଜେଡ଼ିରୁ ବିତାଡ଼ିତ ହେବା ପରେ ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ନୂଆ ଆଞ୍ଚଳିକ ଦଳ ଗଢ଼ିବା ନେଇ ହେଉଥିବା ଆଲୋଚନାର ଅନ୍ତ ଘଟିଛି। ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଦାମ ନୂଆ ଦଳ ଗଠନ ନେଇ ସେ ଘୋଷଣା କରିଛନ୍ତି। ଦଳର ନାଁ ରହିଛି ‘ବିଜୁ ସମତାକ୍ରାନ୍ତି ଦଳ’।
ଶୁକ୍ରବାର ମଧ୍ୟାହ୍ଣରେ ରାଜଧାନୀର ଏକ ତାରକା ହୋଟେଲରେ ସାମ୍ବାଦିକ ସମ୍ମିଳନୀରେ ବିଧିବଦ୍ଧ ଭାବେ ନୂଆ ଦଳର ଗଠନ ବିଷୟରେ ଘୋଷଣା କରିଛନ୍ତି ବରିଷ୍ଠ ବିଧାୟକ ଡା.ଦାମୋଦର ରାଉତ। ତାଙ୍କ ନୂଆ ଦଳର ନାଁ ବିଜୁ ସମତା କ୍ରାନ୍ତି ଦଳ ରହିବ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି ଦାମ । ନିଜକୁ ବିଜୁ ଅନୁଗତ କହି ଆସୁଥିବା ଦାମ ବିଜୁଙ୍କ ନାମ ଅନୁସାରେ ଦଳ ଗଠନ କରିଛନ୍ତି।ଯଜ୍ଞେଶ୍ୱର ବାବୁ ଓ ବ୍ରଜ କିଶୋର ତ୍ରୀପାଠୀଙ୍କ ଉପସ୍ଥିତିରେ ସେ ଏହା ଘୋଷଣା କରିଛନ୍ତି।
ପ୍ରକାଶ ଯେ, ପୂର୍ବରୁ ବିଜେଡିରେ ଥିବା ଦାମ ତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ମନ୍ତ୍ରୀ ପଦରୁ ନିଲମ୍ବିତ ହୋଇଥିଲେ। ପରେ ମଧ୍ୟ ଏପରି ବିବାଦୀୟ ମନ୍ତବ୍ୟ ଦେବା ପରେ ତାଙ୍କୁ ସେପ୍ଟେମ୍ବର ୧୨ରେ ଦଳରୁ ଦଳରୁ ବହିଷ୍କାର କରାଯାଇଥିଲ। ଏହାପରେ ନବୀନଙ୍କୁ ଚେକ୍ମେଟ ଦେବାକୁ ଦାମ ନୂଆ ଦଳ ଘୋଷଣା କରିବେ ବୋଲି ଘୋଷଣା କରିଥିଲେ। ବୈଜୟନ୍ତ ପଣ୍ଡା, ପ୍ରଫୁଲ୍ଲ ଘଡେଇ, ପଞ୍ଚାନନ କାନୁନଗୋଙ୍କୁ ନେଇ ଦାମ ନୂଆ ଦଳ ଗଠନ କରିବେ ବୋଲି ଦାମ ଘୋଷଣା କରିଥିଲେ।
Breaking
Kinetic Green Tonino Lamborghini Appoints Electrify Maldives as the Official Distributor for Maldives, Unveils the electric luxury golf & lifestyle carts at TechEng 2025, the Maldives’ premier exhibitionଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲ