Breaking

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ବିଭିନ୍ନ ସ୍ଥାନରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

0

ଭୁବନେଶ୍ୱର(ସତ୍ୟଜିତ୍ ରାଉତ୍): ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଉଛି ସାରା ରାଜ୍ୟ। ଆଜି ଅନୁଷ୍ଠିତ ହେଉଛି ବୋଇତ ବନ୍ଦାଣ ବା ଡଙ୍ଗା ଭସା ଉତ୍ସବ। ଏହି ଗୌରବମୟ ଉତ୍ସବର ସ୍ମୃତିଚାରଣ କରୁଛନ୍ତି ରାଜ୍ୟବାସୀ। ପ୍ରତୀକ ସ୍ୱରୂପ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇ ପାଳିତ ହେଉଛି ଓଡିଆ ସଂସ୍କୃତି ଓ ପରମ୍ପରାର ଏହି ମହାନ ପର୍ବ ।

ପୁରୀରୁ ପାରାଦୀପ ଓ କଟକର ଗଡଗଡିଆ ଘାଟରୁ ଗୋପାଳପୁର ବୋଇତ ବନ୍ଦାଣ ଉତ୍ସବରେ ମୁଖରିତ ରାଜ୍ୟ। ଜଳାଶୟରେ ବୁଡ ପକାଇବା ପରେ ଡଙ୍ଗାରେ ପାନ, ଗୁଆ ରଖି ଦୀପ ଜାଳି ଶ୍ରଦ୍ଧାଳୁ ଡଙ୍ଗା ଭସାଉଛନ୍ତି। ଭସାଣ ପାଇଁ ରାଜ୍ୟର ପ୍ରମୁଖ ଜଳାଶୟ ଗୁଡ଼ିକରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି।ଭୁବନେଶ୍ୱର ବିନ୍ଦୁ ସାଗର ସହ ବିଭିନ୍ନ ପୁଷ୍କରିଣୀ ଡଙ୍ଗାମୟ ହୋଇଯାଇଛି। ସେହିପରି ପୁରୀ ବେଳାଭୂମିରେ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇଛନ୍ତି।

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ର ମଧ୍ୟ ଲୋକାରଣ୍ୟ। ମହୋଦଧି ଏବଂ ପଞ୍ଚତୀର୍ଥରେ ଡଙ୍ଗା ଭସାଇ ମହାପ୍ରଭୁଙ୍କ ରାଜରାଜେଶ୍ୱରୀ ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ। ସମସ୍ତ ନୀତିକାନ୍ତି ଯେପରି ସୁରୁଖୁରୁରେ ହେବ, ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ବିଶେଷ ଧ୍ୟାନ ଦିଆଯାଇଛି।

loading...

Leave A Reply

Your email address will not be published.