Breaking

ଆଜିଠାରୁ ଆୟୁଷ୍ମାନ ଭାରତ ଯୋଜନା : ଶୁଭାରମ୍ଭ କରିବେ ମୋଦି

0

ନୂଆଦିଲ୍ଲୀ:ବହୁ ପ୍ରତୀକ୍ଷିତ ଜନକଲ୍ଯାଣକାରୀ ଯୋଜନା ‘ଆୟୁଷ୍ମାନ ଭାରତ’ ଆଜି ଝାଡଖଣ୍ଡରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଦିନ ୧୧ଟା ୩୦ରେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିସ୍ଥିତ ପ୍ରଭାତ ତାରା ପଡ଼ିଆରେ ଜନ ଆରୋଗ୍ୟ ଯୋଜନା ‘ଆୟୁଷ୍ମାନ ଭାରତ’କୁ ଶୁଭାରମ୍ଭ କରିବେ । ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ଆଗାମୀ ସେପ୍ଟେମ୍ବର ୨୫ରୁ ଏହି ଯୋଜନା ଲାଗୁ ହେବ । ପୂର୍ବରୁ ସେପ୍ଟେମ୍ବର ୨୫ ତାରିଖରେ ଯୋଜନାର ଶୁଭାରମ୍ଭ ନେଇ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଦୁଇ ଦିନ ଆଗରୁ ଯୋଜନାର ଉଦଘାଟନ କରାଯାଉଛି । ଦେଶର ଗରିବ, ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ପଛୁଆ ଏବଂ ଅନୁନ୍ନତ ପରିବାରକୁ ୫ ଲକ୍ଷ ଟଙ୍କା ସ୍ବାସ୍ଥ୍ୟସେବା ଯୋଗାଇ ଦେବେ କେନ୍ଦ୍ର ସରକାର ।
ଏହି ମହତ୍ୱକାଂକ୍ଷୀ ଯୋଜନାର ଲକ୍ଷ୍ୟ ହେଲା ଯେ, ପ୍ରତ୍ୟେକ ପରିବାକୁ ବାର୍ଷିକ ୫ ଲକ୍ଷ ଟଙ୍କାର କଭରେଜ ପ୍ରଦାନ କରିବ । ଏହା ଯୋଜାନାରୁ ୧୦.୭୪ କୋଟି ପରିବାରକୁ ଲାଭ ମିଳିବ । ଏହି ପରିବାରର ଲୋକେ ଦ୍ୱିତୀୟକ ଓ ତୃତୀୟକ ଶ୍ରେଣୀ ଭାବରେ ପ୍ୟାନଲ ହସ୍ପିଟାଲରେ ଆବଶ୍ୟକ ଅନୁସାରେ ଭର୍ତ୍ତି କରିପାରିବେ । ଏହି ଯୋଜନାର ନାମ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଅଭିଯାନ କରି ଦିଆଯାଇଛି ।

loading...

Leave A Reply

Your email address will not be published.