Breaking

ଦୀର୍ଘ ବ୍ୟବଧାନ ପରେ ପୁଣି ଯୋଡ଼ି ହେଲେ ଅରିନ୍ଦମ-ଏଲିନା

0

ଭୁବନେଶ୍ୱର: ପୁଣି ଥରେ ଏକାଠି ହେବେ ଅରିନ୍ଦମ-ଏଲିନା । ଏହି ଦୁଇ ଯୋଡ଼ିଙ୍କୁ ଦର୍ଶକ ଦ୍ୱିତୀୟ ଥର ପାଇଁ ଦେଖିବେ । ଏହାପୂର୍ବରୁ ତରଙ୍ଗ ସିନେ ପ୍ରଡକ୍ସନର ପ୍ରଥମ ଚଳଚ୍ଚିତ୍ର ‘ଇସ୍କ ତୁ ହି ତୁ’ ରେ ଦେଖିଥିଲେ । ଦୁଇଜଣଙ୍କ ଦମଦାର ଆକ୍ଟିଂ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ପ୍ରଥମ ଚଳଚ୍ଚିତ୍ରରେ ହିଁ ଏ ଦୁହିଁଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ଚଳଚିତ୍ର ଭିନ୍ନ ସ୍ୱାଦର ପ୍ରେମ କାହାଣୀ ଉପରେ ଆଧାରିତ ହୋଇଥିଲା ।

ପରେ ଏହି ଦୁଇ ଯୋଡ଼ିଙ୍କୁ ଏକାଠି ଦେଖିବାକୁ ମିଳି ନଥିଲା । ଦୀର୍ଘ ବ୍ୟବଧାନ ପରେ ପୁଣିଥରେ ତରଙ୍ଗ ଓ ରତ୍ନା ଫିଲ୍ମସ୍ ଏହି ଯୋଡିଙ୍କୁ ଏକାଠି କରିଛି ।ଆଗକୁ ଏଲିନା ଓ ଅରିନ୍ଦମଙ୍କୁ ଇସ୍କ ପୁଣି ଥରେ ଫିଲ୍ମରେ ଦେଖିବାକୁ ପାଇବେ । ଏହାମଧ୍ୟ ଏକ ନିଆରା ପ୍ରେମକାହାଣୀ ଉପରେ ଆଧାରିତ । ଜ୍ୟୋତି ଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅରିନ୍ଦମ-ଏଲିନାଙ୍କ ସହ ବବି ମିଶ୍ର, ସମରେଶ, ହରି, ତ୍ରିଭୁବନ, ଚଞ୍ଚ ପ୍ରମୁଖ ଅଭିନୟ କରୁଛନ୍ତି ।

loading...

Leave A Reply

Your email address will not be published.