Breaking

୨୫୦ ମହିଳାଙ୍କୁ ସୋଲାର ଲ୍ୟାମ୍ପ ଦେଲା ପରିଚୟ ଫାଉଣ୍ଡେସନ

0

ବାଲେଶ୍ବର: ଗଣେଶ ପୂଜାରେ ପରିଚୟ ଫାଉଣ୍ଡେସନ୍ ୨୫୦ ମହିଳାଙ୍କୁ ସୋଲାର ଲ୍ୟାମ୍ପ ବାଣ୍ଟିଛି । ବାଲେଶ୍ୱର ଜିଲ୍ଲା ପାଳବାଇଁଚ ଗାଁରେ ଏହି ଲ୍ୟାମ୍ପ ଦିଆଯାଇଛି । ୟସ୍ ବାତ୍ୟାରେ ଏହି ଗାଁ ଅନେକ ପ୍ରଭାବିତ ହୋଇଥିଲା । ଏଥିରେ ଅଧିକାଂଶ ପରିବାର ଅନ୍ଧାରରେ ରହିଥିଲେ । ପ୍ରତିବର୍ଷ ବାତ୍ୟା ଯୋଗୁ କ୍ଷୟକ୍ଷତି ହେଉଥିବାରୁ ଲୋକେ ଦୀର୍ଘ ଦିନ ଯାଏ ଅନ୍ଧାରରେ ରହିବାକୁ ବାଧ୍ୟ ହୁଅନ୍ତି । ଏଣୁ ଜରୁରୀ ବ୍ୟବହାର ପାଇଁ ଏହି ସୋଲାର ଲ୍ୟାମ୍ପ ଦିଆଯାଇଛି । ହିନ୍ଦୁସ୍ତାନ କପର ଲିମିଟେଡ୍‌(ଏଚଆଇଏଲ୍‌) ଏହି ସୋଲାର ଲ୍ୟାମ୍ପ ଯୋଗାଇ ଦେଇଛି । ବାତ୍ୟା ସମୟରେ ମହିଳାଙ୍କ ଘରୁ ଅନ୍ଧକାର ହଟାଇ ଆଲୋକିତ କରିବା ଉଦ୍ଦେଶ୍ୟରେ ଏହି ପ୍ରୟାସ ଆରମ୍ଭ କରିଛୁ ବୋଲି ପରିଚୟ ଫାଉଣ୍ଡେସନ୍ ପ୍ରତିଷ୍ଠାତା ରୋଜାଲିନ ପାଟ୍ଟଶାଣୀ କହିଛନ୍ତି ।

“ପ୍ରୋଜେକ୍ଟ ପାଭି’ ଅଧୀନରେ ଆମେ ମହିଳାଙ୍କୁ ଏହି ଲ୍ୟାମ୍ପ ଦେଇଛୁ । ଏହି ଲ୍ୟାମ୍ପ ଯୋଗାଇ ଦେଇଥିବାରୁ ଏଚସିଏଲ୍ ସିଏମ୍ଡି ଅରୁଣ ଶୁକ୍ଲାଙ୍କୁ ମଧ୍ୟ ସେ ଧନ୍ୟବାଦ ଦେଇଛନ୍ତି । ପରିଚୟ ଫାଉଣ୍ଡେସନର ସଦସ୍ୟ ଅନାମିକା ଦାଶ, ବିଜେତା ରଣା, ପ୍ରଫୁଲ୍ଲ ସିଂ ସାମନ୍ତ, ମିନର୍ଭ । ପ୍ରିୟଦର୍ଶିନୀ, ପ୍ରକାଶ ଚନ୍ଦ୍ର ମହାରଣା ଓ ଅନ୍ୟ ସେ୍‌ଚ୍ଛାସେବୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

loading...

Leave A Reply

Your email address will not be published.