Breaking

ଧାନକଟା ମେସିନରେ ପେଷି ହୋଇ ଶିଶୁ ପୁତ୍ରର ମୃତ

0

ଝାରସୁଗୁଡ଼ା: ଆଜି ସକାଳେ ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ବରଙ୍ଗାମାଲ ଗ୍ରାମରେ ଏକ ଅଭାବନୀୟ ଘଟରା ଘଟିଛି। ବାପା ଧାନ ମଡ଼ା ମେସିନରେ ବେଙ୍ଗଳା ପକାଉଥିବା ବେଳେ ବାପା ସମ୍ମୁଖରେ ତାଙ୍କ ୪ ବର୍ଷର ଶିଶୁପୁତ୍ର ସେହି ମେସିନରେ ଚାପି ହୋଇ ମୃତ୍ୟୁ ଘଟିଛି ।
ଆଜି ସକାଳେ ବିଲରେ କୃଷ୍ଣଚନ୍ଦ୍ର ଧାନ ଅମଳ କରୁଥିଲେ । ମେସିନ୍‌ ସାହାଯ୍ୟରେ ଧାନ କାଟୁ ଥିଲେ । ଏହି ସମୟରେ ସାମାନ୍ୟ ଅସାବଧାନତା ବଶତଃ ତାଙ୍କ ପୁଅ ସୌମ୍ୟ ମେସିନ ଉପରକୁ ଚଢିଯାଇଥିଲା । ତାକୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମେଡ଼ିକାଲରେ ଶିଶୁର ମୃତ୍ୟୁ ହୋଇଥିଲା । ଏହି ଦୁଃଖଦ ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି । କୁମାରବନ୍ଧ ଫାଣ୍ଡି ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

loading...

Leave A Reply

Your email address will not be published.