Breaking

ରାଜ୍ୟରେ ହଜାରେ ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ପୁଣି ୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ରାଜ୍ୟରେ ଆଜି ପୁଣି ୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏମାନଙ୍କ ମଧ୍ୟରୁ ୭୨ଜଣ ସଙ୍ଗରୋଧ କେନ୍ଦ୍ରରେ ଥିବାର ସୂଚନା ମିଳିଛି।ଆଜି ବୌଦ୍ଧ ଜିଲ୍ଲାରୁ ସର୍ବାଧିକ ୨୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଠିକ୍ ସେହିପରି ଗଞ୍ଜାମ ଜିଲ୍ଲାରୁ ୬ ଓ ବାଲେଶ୍ୱର ଜିଲ୍ଲାରୁ ୬ ଓ ବାଲେଶ୍ବରରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ଏହାଛଡ଼ା ଯାଜପୁର ଜିଲ୍ଲାରୁ ୬, ପୁରୀରୁ ୧୧, ଭଦ୍ରକରୁ ୬ , ଖୋର୍ଦ୍ଧା ଜିଲ୍ଲାରୁ ୭, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨,ଢେଙ୍କାନାଳରୁ ଜଣେ, କନ୍ଧମାଳରୁ ଜଣେ ଓ କଟକ ଜିଲ୍ଲାରୁ ୯ ଜଣ ନୂଆ ଆକ୍ରାନ୍ତ ଠାବ ହୋଇଥିବା ଜଣାଯାଇଛି। ସବୁଠୁ ବଡ଼ କଥା ଆଜି ମାଲକାନଗିରି ଜିଲ୍ଲାକୁ ଛୁଇଁଛି କରୋନା। ଏହି ଜିଲ୍ଲାରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।

ଏବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭୩୯ରେ ପହଞ୍ଚିଥିବା ବେଳେ ୩୦୭ଜଣ ସୁସ୍ଥ ହୋଇଛନ୍ତି। ଏବେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି।

loading...

Leave A Reply

Your email address will not be published.