Breaking

‘ଆହ୍ଲାବାଦ୍‌’ର ନାମ ବଦଳି ହେଲା ‘ପ୍ରୟାଗରାଜ୍‌’

0

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପ୍ରସିଦ୍ଧ ସହର ଆହ୍ଲାବାଦର ନାଁକୁ ଆଜି ବିଧିବଦ୍ଧ ଭାବେ ପରିବର୍ତ୍ତନ କରାଯାଇଛି। ଆଜିଠାରୁ ଆହ୍ଲାବାଦ ସହରର ନାଁ ପ୍ରୟାଗରାଜ ହୋଇଛି। ଏନେଇ ଆସିଥିବା ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି।
ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଯୋଗୀ ଆଦିତ୍ୟନାଥ କହିଥିଲେ କି ପବିତ୍ର ଗଙ୍ଗା ଓ ଯମୁନା ନଦୀର ସଂଗମସ୍ଥଳ ହୋଇଥିବାରୁ ଏହା ସବୁ ପ୍ରୟାଗର ରାଜ ହୋଇଥିବା ହେତୁ ଆହ୍ଲାବାଦ୍‌ର ନାମ ପ୍ରୟାଗରାଜ ଦିଆଯିବ। ଏହାର କିଛି ଦିନ ପୂର୍ବରୁ ବରିଷ୍ଠ ବିଜେପି ନେତା ସିଦ୍ଧାର୍ଥ ସିଂ ପ୍ରଥମେ ଆହ୍ଲାବାଦର ନାମ ପରିବର୍ତ୍ତନ କରି ପ୍ରୟାଗରାଜ ରଖାଯାଉ ବୋଲି ପ୍ରସ୍ତାବ ଆଣିଥିଲେ। ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ଲାଗିଛି।

loading...

Leave A Reply

Your email address will not be published.