Breaking

ବାୟୁସେନା ମୁଖ୍ୟଙ୍କ ଦୃଢୋକ୍ତି : ଧ୍ବଂସ କରିଛୁ ଆତଙ୍କବାଦୀ ଶିବିର

0

ନୂଆଦିଲ୍ଲୀ : ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଆରମ୍ଭ ହୋଇଥିବା ଆରୋପପ୍ରତିଆରୋପକୁ ନେଇ ଜବାବ ରଖିଛନ୍ତି ବାୟୁସେନା ମୁଖ୍ୟ। ପାକିସ୍ତାନର ବାଲାକୋଟରେ ଥିବା ଜୈଶ-ଇ-ଆତଙ୍କବାଦୀ ଶିବିର ଉପରେ ଭାରତ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକକୁ ନେଇ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଏୟାର୍‌ ଚିଫ୍‌ ମାର୍ଶାଲ୍‌ ବିଏସ୍‌ ଧାନୋଆ। ସୋମବାର ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି ଭାରତୀୟ ସେନା ସବୁ ପ୍ରତିକୂଳ ପରିସ୍ଥିତିର ଯବାବ ଦେବାକୁ ଶକ୍ତି ରଖିଛି। ହେଲେ ପାକିସ୍ତାନରେ କରାଯାଇଥିବା ଏୟାର ଷ୍ଟ୍ରାଇକରେ କେତେଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ବୋଲି ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ଆମର କାମ ହେଲା ଲକ୍ଷ୍ୟ ଭେଦ କରିବା ମୃତଦେହ ଗଣିବା ନୁହେଁ। ତେବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହା ଆଜି ପୁନର୍ବାର ୨୫୦ ଆତଙ୍କବାଦୀ ନିହତ ହୋଇଛନ୍ତି କହି ବିବାଦକୁ ବଢାଇଛନ୍ତି।

loading...

Leave A Reply

Your email address will not be published.