Breaking

ପ୍ରତିଷ୍ଠା ଦିବସରେ କର୍କଟ ରୋଗ ପୀଡ଼ିତଙ୍କୁ ହୁଣ୍ଡି ଭଙ୍ଗା ଅର୍ଥ ଦାନ କଲେ କଳ୍ପନା ଛକ ଟୋକା ସଂଘ

0

ଭୁବନେଶ୍ବର : ସମାଜରେ ସାମାଜିକ ଦାୟିତ୍ୱବୋଧକୁ ସମ୍ମାନ ଜଣାଇ ଓ ଅସହାୟମାନଙ୍କୁ ଟିକେ ସାହାଯ୍ୟର ହାତ ବଢ଼ାଇବା ଉଦ୍ଦେଶ୍ୟରେ ‘କଳ୍ପନା ଛକ ଟୋକା ସଂଘ’ର ଅଭିନବ ପ୍ରୟାସ ।୧୦୦ରୁ ଉର୍ଦ୍ଦ୍ବ ଯୁବକମାନଙ୍କୁ ନେଇ ପ୍ରତିଷ୍ଠା କରାଯାଇଥିବା ‘ସମାଜମଙ୍ଗଳ ହୁଣ୍ଡୀ’ । ପ୍ରତ୍ୟେକ ରବିବାର ଯୁବକମାନଙ୍କଠାରୁ ଆଦାୟ ହେଉଥିବା ଅର୍ଥରାଶି ଗୋଟିଏ ହୁଣ୍ଡିରେ ରଖାଯାଏ । ହୁଣ୍ଡିଟି ପୂର୍ଣ୍ଣ ହୋଇଗଲା ପରେ ଏହି ଅର୍ଥରାଶିକୁ କର୍କଟ ରୋଗ ପୀଡ଼ିତଙ୍କୁ ପ୍ରଦାନ କରାଯାଇଥାଏ ।ସ୍ଥାନୀୟ କଳ୍ପନାଛକ ଠାରେ କଳ୍ପନା ସଂଘ ଟୋକାର ପ୍ରତିଷ୍ଠା ଦିବସରେ ସମାଜ ମଙ୍ଗଳ ହୁଣ୍ଡୀ ଭଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ହୁଣ୍ଡିରୁ ଆଦାୟ ଅର୍ଥକୁ ଦୁଇ ଜଣ କର୍କଟ ରୋଗ ପୀଡ଼ିତା ଡୁମଡୁମାର ଉର୍ମିଳା ପ୍ରଧାନ,ବଡଗଡର ମୋନାଲିସା ମିଶ୍ରକୁ ପଦାନ କରାଯାଇଥିଲା।

ଉକ୍ତ ସଭାରେ ଯୁବ ସମାଜସେବୀ ନାରାୟଣ ଚନ୍ଦ୍ର ଓଝାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପୋଲିସ୍ କମିଶନର ସତ୍ୟଜିତ୍ ମହାନ୍ତି,ସମ୍ମାନୀୟ ଅତିଥି ଭାବରେ ଲକ୍ଷ୍ମୀସାଗର ଥାନାର ଭାରପ୍ରାପ୍ତ ଅଧିକାରୀ ଦୟାନିଧି ନାୟକ,ଉତ୍କଳ ସାମ୍ବାଦିକ ସଂଘର ସଭାପତି ଶ୍ରୀଯୁକ୍ତ ବିଭୂତି ଭୂଷଣ କର, ସମାଜସେବୀ ଶ୍ରୀମତୀ ଲୋରା ମହାପାତ୍ର,ଶ୍ରୀମତୀ ମୀରା ପରିଡ଼ା,କର୍ପୋରେଟର ଶ୍ରୀମତୀ ପୁଷ୍ପାଞ୍ଜଳି ସେଠୀ,ଚନ୍ଦ୍ରଭାନୁ କର ଅତିଥିଭାବେ ଯୋଗ ଦେଇଥିବା ବେଳେ ‘କଳ୍ପନା ଛକ ଟୋକା ସଂଘ’ର ସଭ୍ୟ ଶ୍ରୀଯୁକ୍ତ ଧୀରେନ୍ ରାଉତରାୟ, କାଳନ୍ଦୀ ବେହେରା, ପବିତ୍ର ଗଜେନ୍ଦ୍ର, ସୀତାକାନ୍ତ ମଲ୍ଲିକ, ହରିପଦ ଦାସ, ଫୁଜୁ କାଦିର, ଶିବଶଙ୍କର ଡାକୁଆ, ଅରୁଣ କୁମାର ଜେନା, ସଞ୍ଜୟ ମହାପାତ୍ର, ରତିକାନ୍ତ ସାମନ୍ତରାୟ, ସୁଜିତ ଦାସ, ବିନଦାସ୍ ଚିନୁ, ମଇନା ଆଚାର୍ଯ୍ୟ, ଜଗବନ୍ଧୁ ପଣ୍ଡା, ଜ୍ଞାନେନ୍ଦ୍ର ପଲେଇ, ନାରାୟଣ ଖୁଣ୍ଟିଆ, ସୁନିଲ ସାମନ୍ତରାୟ, ରଞ୍ଜନ ବେହେରା, ରଶ୍ମି ଆଚାର୍ଯ୍ୟ, ଅମିତ୍ ଜେନା, ଲିଙ୍ଗରାଜ ଦାସ, ଚିରଞ୍ଜିବୀ ମହାରଣା, ଲିଟୁ ମହାପାତ୍ର ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।ଶେଷରେ ଅତିଥିମାନଙ୍କ ଦ୍ବାରା ସମାଜିକ କ୍ଷେତ୍ରରେ କାର୍ଯ କରୁଥିବା ବିଶିଷ୍ଟ ବ୍ୟାକ୍ତିମାନଙ୍କୁ ସଂଙ୍ଘ ତରଫରୁ ସମ୍ମାନୀତ କରାଯାଇଥିଲା।



loading...

Leave A Reply

Your email address will not be published.