Breaking

ଆଜି ପ୍ରଥମାଷ୍ଟମୀ; ଏଣ୍ଡୁରି ପିଠାର ବାସ୍ନାରେ ମହକୁଛି ଓଡ଼ିଆ ଘର

0

ଭୁବନେଶ୍ୱର: ଆଜି ପ୍ରଥମାଷ୍ଟମୀ। ଏହି ଅବସରରେ ପରିବାରର ଜ୍ୟେଷ୍ଠ ସନ୍ତାନର ଶୁଭ ମନାସି ପୂଜାବିଧି ଆୟୋଜନ କରାଯାଇଥାଏ। ଏଣ୍ଡୁରି ପିଠା ହେଉଛି ପ୍ରଥମାଷ୍ଟମୀର ବିଶେଷତ୍ୱ। ଆଉ ଏଥିପାଇଁ ଛେନା, ଗୁଡ, ନଡ଼ିଆ, ଚାଉଳ ଓ ବିରି ସହ ହଳଦୀପତ୍ରର ବ୍ୟବହାର କରାଯାଇଥାଏ। ସକାଳୁ ସକାଳୁ ପରିବାରର ଜ୍ୟେଷ୍ଠ ସନ୍ତାନଙ୍କୁ ପୂଜା କରାଯାଇ ଏଣ୍ଡୁରି ପିଠା ଖାଇବାକୁ ଦିଆଯାଇଥାଏ।ପ୍ରଥମ ସନ୍ତାନଙ୍କୁ ପଢୁଆଁ କରିବାକୁ ମାମୁଁଘରୁ ନୂତନ ବସ୍ତ୍ର ଆସିଥାଏ । ନୂଆବସ୍ତ୍ର ପିନ୍ଧି ହଳଦୀ ପତ୍ରରେ ତିଆରୀ ସ୍ୱତନ୍ତ୍ର ଏଣ୍ଡୁରୀ ପିଠା ଖାଇଥାଆନ୍ତି ପ୍ରଥମ ସନ୍ତାନ ।

ଆଜି ମଧ୍ୟ କାଂଜି ଅଅଁଳା ଓଷା ପାଳନ କରାଯାଇଥାଏ । ଷଠୀ ଦେବୀଙ୍କ ନିକଟରେ ଶୁଖୁଆ ଭୋଗ କରାଯାଇଥାଏ । ଷଠୀ ଦେବୀଙ୍କ ସମ୍ମୁଖରେ ସାତୋଟି ଶୁଖୁଆ, କଜଳ, ସିନ୍ଦୂର ଓ ପୀତ ବସ୍ତ୍ର ରଖାଯିବା ସହ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା କାଂଜି ଭୋଗ କରାଯାଇଥାଏ ।

loading...

Leave A Reply

Your email address will not be published.