Breaking

ସାମ୍ନାକୁ ଆସିଲା ଗତକାଲି ନକ୍ସଲଙ୍କ ଆକ୍ରମଣ ହମ୍‌ଲା ବେଳର ହୃଦୟ ଥରା ଭିଡ଼ିଓ

0

ଭୁବନେଶ୍ୱର : ଗତକାଲି ଦାନ୍ତେୱାଡା ଅରନ୍‌ପୁର ଗାଁ ନିକଟରେ ହୋଇଥିଲା ନକ୍ସଲ ହମଲା। ସହିଦ ହୋଇଥିଲେ ଦୁଇ ପୋଲିସ ଯବାନ ଓ ଦୁରଦର୍ଶନର ଜଣେ ଓଡ଼ିଆ କ୍ୟାମେରାମ୍ୟାନ୍‌। ତେବେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିବା ଆଉ ଜଣେ ଆସିଷ୍ଟାଣ୍ଟ କ୍ୟାମେରାମ୍ୟାନ୍‌ ମୋରମୁକୁଟ ଶର୍ମା ସେହି ସମୟର ହୃଦୟଥରା ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିଛନ୍ତି । କିଭଳି ଭାବେ ମୃତ୍ୟୁ ମୁଖରୁ ରକ୍ଷା ପାଇଛନ୍ତି ତାହା ବଖାଣିଛନ୍ତି ।
ଯେତେବେଳେ ଦିଲ୍ଲୀ ଦୂରଦର୍ଶନର ସମ୍ବାଦ ସଂଗ୍ରହକାରୀ ଦଳ ଉପରେ ନକ୍ସଲମାନେ ଆକ୍ରମଣ କଲେ, ସେତେବେଳେ ରାସ୍ତା ପାର୍ଶ୍ୱ ଏକ ଖାଲରେ ପଡ଼ିଯାଇଥିଲେ ଶର୍ମା। ଗୁଳିବିନିମୟ ଚାଲିଥିବା ବେଳେ ନିଜ ମୋବାଇଲରେ ସେ ସେଇ ଲୋମଟାଙ୍କୁରା ମୁହୂର୍ତ୍ତର ଅନୁଭୂତି ବଖାଣି ଥିଲେ।

ଏହି ଭିଡିଓ ମେସେଜରେ ସେ ଏକଥା ମଧ୍ୟ କହୁଥିବାର ଶୁଣିବାକୁ ମିଳିଛି,‘ମୁଁ ନିର୍ବାଚନ ସମ୍ବାଦ ସଂଗ୍ରହ କରିବାକୁ ଦାନ୍ତେଓ୍ଵାଡା ଆସିଥିଲି। ଆମେ ରାସ୍ତାରେ ଯାଉଥିଲୁ। ଆମ ସାଙ୍ଗରେ ସୁରକ୍ଷାକର୍ମୀ ବି ଥିଲେ। ହଠାତ୍‌ ନକ୍ସଲମାନେ ଆମକୁ ଘେରି ଗଲେ।

ସେ ପୁଣି କହୁଛନ୍ତି, ‘ଏଠାରେ ବଞ୍ଚିବା ମୁସ୍କିଲ୍‌। ଆମ ସାଥିରେ ୬/୭ଜଣ ଯବାନ ଅଛନ୍ତି। ଚାରିଦିଗରୁ ସେମାନେ ଆମକୁ ଘେରି ଯାଇଛନ୍ତି। ବର୍ତ୍ତମାନ୍‌ ମୁଁ ଏତିକି ହିଁ କହିପାରିବି।’ସବୁଠାରୁ ବଡ଼ କଥା ହେଉଛି ଏହି ଭିଡିଓ ସମୟରେ ଫାୟାରିଙ୍ଗ୍ ଶବ୍ଦ ହେଉଥିବା ସ୍ପଷ୍ଟ ଭାବରେ ଶୁଣିବାକୁ ମିଳୁଛି ।ତେବେ ସୌଭାଗ୍ୟବଶତଃ ଦୁଇ ଜଣ ସାମ୍ବାଦିକ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି । ତେବେ ଓଡ଼ିଆ କ୍ୟାମେରାମ୍ୟାନ୍‌ ଅଚ୍ୟୁତାନନ୍ଦ ସାହୁ ପ୍ରାଣ ହରାଇଥିଲେ । ଏହି ଭିଡ଼ିଓ ଏବେ ସୋସିଆଲ୍‌ ମିଡିଆରେ ପୋଷ୍ଟ ହେବା ପରେ ଭାଇରାଲ୍‌ ହୋଇଛି ।

http://<a href=”https://twitter.com/ShivAroor/status/1057498296896421889″></a>

loading...

Leave A Reply

Your email address will not be published.