ଭୁବନେଶ୍ୱର: ଦେଶର ଅଗ୍ରଣୀ ସମାଜସେବା ପ୍ରତିଷ୍ଠାନ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ ଏବଂ ରୋଟାରୀ କ୍ଲବ୍ ଭୁବନେଶ୍ବର ସହଯୋଗରେ ଭିନ୍ନକ୍ଷମ ଦିବସ ପାଳନ କରାଯାଇଛି । ଏହି ଅବସରରେ ଅତିଥିଭାବେ ମାନ୍ୟବର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଆରପିଏସସି ଭୁବନେଶ୍ୱର ସିଇଓ କେ ମୁରୁଗେସନ, ଏନସିସିଏ ସଭାପତି ଡ.ଅରୁଣ କୁମାର ରଥ,ଏସଆରବି ଆସୋସିଏଟସ୍’ର ସିଏ ଶରତ ଚନ୍ଦ୍ର ଭଦ୍ରା, ରୋଟାରୀ ଭୁବନେଶ୍ବରର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ ଜୟଶ୍ରୀ ମହାନ୍ତି, ରୋଟାରୀ ଭୁବନେଶ୍ବର ଡିଜିଇ ରୋଟାରିଆନ ଯଜ୍ଞାଶିଷ ମହାପାତ୍ର, କର୍ପୋରେଟର ମାନସୀରାଣୀ ସୁନ୍ଦରରାୟଙ୍କ ସହ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖାର ସଭାପତି ବିଜୟ ଆଚାର୍ଯ୍ୟ ଓ ସଚିବ ତଥା କୋଷାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ତରଫରୁ ୧୫ ଜଣ ଦିବ୍ୟାଙ୍ଗଙ୍କ ନିମନ୍ତେ ହ୍ୱିଲ୍ ଚେୟାର ବଣ୍ଟନ କରାଯାଇଥିଲା। ସେହିପରି କ୍ୟାନସର ପିଡ଼ିିତ ପିଲାମାନଙ୍କୁ ମଧ୍ୟ ସହାୟତା ରାଶି ପ୍ରଦାନ କରାଯାଇଥିଲା। ପ୍ରମୁଖ ସମାଜସେବା ପ୍ରତିଷ୍ଠାନ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ସର୍ବଦା ଜନସାଧାରଣଙ୍କ ନିମନ୍ତେ ନିରନ୍ତର ସେବା ଯୋଗାଇ ଆସୁଛି । ଏହି କାର୍ଯ୍ୟକ୍ରମରେ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖାର ଅନ୍ୟ ସଦସ୍ୟଗଣ ଉପସ୍ଥିତ ଥିଲେ ।
Breaking
CREDAI Odisha Announces Home & Decor Expo 2025 – The Biggest Property Exhibition in OdishaAre You at Risk of High Cholesterol? Here’s Why Even the Healthy Must Keep a Watch on LDLC Levels୪୮୮ବର୍ଗ ଅନୁଦାନପ୍ରାପ୍ତ କଲେଜ ଅଧ୍ଯାପକ କର୍ମଚାରୀ ସମନ୍ବୟ ସମିତିର ରାଜ୍ଯ ସ୍ତରୀୟ ବୁଦ୍ଧିଜୀବୀ ଆଲୋଚନାଚକ୍ରପିପିଏଲ୍ ଓଡ଼ିଆ ତରଫରୁ ପ୍ରେରଣାଦାୟୀ ୨୦୨୫ ଅୟୋଜିତLooks Salon Expands in Bhubaneswar with the Opening of Its Third Branch in Patia