Breaking

ଭାରତ ମାଟିରେ ଅଭିନନ୍ଦନ : ସାରା ଦେଶ ଉତ୍ସବ ମୁଖର

0

ପଞ୍ଜାବ: ଭାରତ ଫେରିଲେ ଅଭିନନ୍ଦନ । ଅଟାରୀ-ୱାଘା ବର୍ଡର ରାସ୍ତା ଦେଇ ଭାରତରେ ପହଞ୍ଚିଛନ୍ତି ଭାରତର ବୀର ପୁଅ । ସ୍ୱତନ୍ତ୍ର ସୁରକ୍ଷାବଳୟ ମଧ୍ୟରେ ଅଭିନନ୍ଦନଙ୍କୁ ୱାଘା ବର୍ଡରକୁ ଅଣାଯାଇଥିଲା । ସେଠାରୁ ତାଙ୍କୁ ଭାରତର ବାୟୁସେନାର ଅଧିକାରୀ ମାନେ ଅଭିନନ୍ଦନଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶକୁ ପାଛୋଟି ଆଣିଛନ୍ତି । ୱାଘା ବର୍ଡରରେ ହାତରେ ତ୍ରିରଙ୍ଗା ଧରି ବୀର ପାଇଲଟ ପୁଅଙ୍କୁ ସାବାସୀ ଦେବା ସହ ଅଭିନନ୍ଦନ ଜଣାଇଛନ୍ତି ଦେଶବାସୀ । ଅଭିନନ୍ଦନଙ୍କ ପାଇଁ ୱାଘା ବର୍ଡରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅଟାରୀ ବର୍ଡରରେ ରାସ୍ତାରେ ସେ ରାତି ୯ଟା ୨୨ରେ ପାକିସ୍ତାନରୁ ଭାରତ ମାଟିରେ ପାଦ ରଖିଛନ୍ତି। ଏହା ସହିତ ପୂରା ଦେଶ ଉତ୍ସବରେ ଡୁବି ଯାଇଛି। ଅଭିନନ୍ଦନ ସନ୍ଧ୍ୟା ୪ଟାରେ ପାକିସ୍ତାନର ଓ୍ଵାଘା ବର୍ଡରରେ ପହଞ୍ଚିଥିଲେ। ସେଠାରେ ଆବଶ୍ୟକ କାଗଜକାମ ପୂରା ହେବା ଏବଂ ପାକ୍ ପକ୍ଷରୁ ବିଟିଙ୍ଗ ରିଟ୍ରିଟ୍ ହେବା କାରଣରୁ ଭାରତ ଆସିବାରେ ଅଭିନନ୍ଦନଙ୍କ ବିଳମ୍ବ ଘଟିଥିଲା। ଶେଷରେ ପାକ୍ ଅଧିକାରୀ ଓ ସେନା ପୂରା ସୁରକ୍ଷା ସହିତ ଅଭିନନ୍ଦନଙ୍କୁ ଅଟାରୀ ବର୍ଡର ଅଣାଯାଇଥିଲା।

loading...

Leave A Reply

Your email address will not be published.