Breaking

କାୟାକଳ୍ପ ସମ୍ମାନରେ ସମ୍ମାନିତ ହଲେ ୪୨ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

0

ଭୁବନେଶ୍ବର :ଓଡିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠି ସହରାଚଂଳର ପ୍ରାୟ ୪୨ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କାୟାକଳ୍ପ ସମ୍ମାନରେ ସମ୍ମାନିତ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ,ଆଇନ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଆଜି ଜୟଦେବ ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାୟାକଳ୍ପ ସମ୍ମାନ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ୨୦୧୮-୧୯ ବର୍ଷ ନିମନ୍ତେ କାୟାକଳ୍ପ ସମ୍ମାନ ନିମନ୍ତେ ଚୟନ ହୋଇଥିବା ସରକାରୀ ଡାକ୍ତର ଖାନା ଗୁଡିକୁ ସମ୍ମାନିତ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ପ୍ରାଇଭେଟ ହସ୍ପିଟାଲ ଠାରୁ ସରକାରୀ ଡାକ୍ତରଖାନା ଯଥେଷ୍ଟ ଗୁଣରେ ସଫାସୁତର ଅଛି । ସ୍ବାସ୍ଥ୍ୟରକ୍ଷା ପାଇଁ ସ୍ବଚ୍ଛତା ଓ ପରିସ୍କାର ପରିଚ୍ଛନତା ଅଭ୍ୟାସ ଗୁରୁତ୍ବପୂର୍ଣ୍ଣ । ସେଥିପାଇଁ ସରକାରୀ ଡାକ୍ତରଖାନାଗୁଡିକରେ ପରିସ୍କାର ପରିଚ୍ଛନତାକୁ ପ୍ରୋତ୍ସାହିତ କରିବା ଓ ସଂକ୍ରମଣ ନିୟନ୍ତ୍ରଣ ଅଭ୍ୟାସକୁ ନିୟମିତ କରାଇବା ନିମନ୍ତେ କାୟାକଳ୍ପ ସମ୍ମାନ ବ୍ୟବସ୍ଥା କରାଯାଇଛି ।
ବର୍ଷରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ସହରାଚଂଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକୁ ଏହି କାର୍ଯ୍ୟକ୍ରମରେ ଅର୍ନ୍ତଭୁକ୍ତ କରାଯାଇଛି ।  କାୟାକଳ୍ପ ନିର୍ଦ୍ଦେଶାବଳୀ ଅନୁସାରେ ପ୍ରାଥମିକ ପର୍ଯ୍ୟାୟରେ ମନୋନୀତ ହୋଇଥିବା ଡାକ୍ତରଖାନାଗୁଡିକୁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷିତ ବାହ୍ୟ ସମୀକ୍ଷକମାନଙ୍କ ଦ୍ବାରା ସମୀକ୍ଷା କରାଯାଇଥିଲା । ପରେ ରାଜ୍ୟରସ୍ତୀୟ କ୍ବାଲିଟି ଆସ୍ୟୁରାନ୍ସ ସମୀକ୍ଷା ବୈଠକରେ ଏହି ଆକଳନ ଅନୁସାରେ କାୟାକଳ୍ପ ପୁରଷ୍କାର ବିଜେତା ଭାବେ କେନ୍ଦୁଝର କୁ ପ୍ରଥମ ଓ ଭୁବନେଶ୍ବରକୁ ରନର୍ସଅପ କରାଯାଇଛିି । ଚଳିତ ବର୍ଷ ୬ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୪୮ଟି ଜିଲ୍ଲା ଉପଖଣ୍ଡ ଚିକିତ୍ସାଳୟ/ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ୮୬ ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ୪୨ ଟି ସହରାଚଂଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ କାୟାକଳ୍ପ ସମ୍ମାନ ପ୍ରଦାନ କରାଯାଇଛି ।ପ୍ରଥମସ୍ଥାନ ଅଧିକାର କରିଥିବା ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ୫୦ ଲକ୍ଷ ଟଙ୍କା , ୨ୟ ସ୍ଥାନ ପାଇଁ ୨୦ ଲକ୍ଷ ଟଙ୍କା ଓ ପ୍ରୋତ୍ସାହନ ମୂଳକ ସମ୍ମାନ ପାଇଁ ୩ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ପ୍ରଥମ ହୋଇଥିବା ଉପଖଣ୍ଡ ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ରକୁ ୧୫ ଲକ୍ଷ ଟଙ୍କା , ୨ୟ ସ୍ଥାନ ପାଇଁ ୧୦ ଲକ୍ଷ ଟଙ୍କା  ଓ ପ୍ରୋତ୍ସାହନ ମୂଳକ ସମ୍ମାନ ପାଇଁ ଏକ ଲକ୍ଷ ଟଙ୍କା ଏବଂ ପ୍ରାଥମିକ ସହରାଚଂଳ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକୁ ପ୍ରଥମ ସ୍ଥାନ ପାଇଁ ୨ ଲକ୍ଷ ଟଙ୍କା  ଓ ପ୍ରୋତ୍ସାହନ ମୂଳକ ସମ୍ମାନ ପାଇଁ ୫୦ ହଜାର ଟଙ୍କା ଲେଖା ପୁରସ୍କାର ପ୍ରଦାନ କରାଯାଇଛି ।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା ରାଜ୍ୟର ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାମାନଙ୍କରେ ସ୍ବଚ୍ଛତା , ପରିସ୍କାର ପରିଚ୍ଛନତା ବଜାୟ ରଖିବା ସଂପର୍କରେ ଆଲୋକପାତ କରି ଡାକ୍ତରଖାନା କର୍ତୃପକ୍ଷ ଏ ନେଇ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏହି ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜନ ସଂପର୍କରେ ଆଲୋକପାତ କରି ଏ ନେଇ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ବତନ୍ତ୍ର ସଚିବ ଡାଃ ବି.କେ.ବ୍ରହ୍ମା , ଯୁଗ୍ମଶାସନ ସଚିବ ଯାମିନୀ ଷଢଙ୍ଗୀ , ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡାଃ ସୁଶିଲ କର ଏବଂ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାଃ ହରପ୍ରସାଦ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.