Breaking

ପୁଣି କ୍ଷମା ମାଗିଲେ ଅଭିଜିତ ଆୟର : କହିଲେ ବୈଜୟନ୍ତ ପଣ୍ଡାକୁ ମୁଁ ଚିହ୍ନିନାହିଁ

0

ଭୁବନେଶ୍ୱର: ଓଡ଼ିଶାର କଳା, ସଂସ୍କୃତି ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ବରିଷ୍ଠ ସାମ୍ବାଦିକ ଅଭିଜିତ ଆୟାର ମିତ୍ର ପୁଣି ଥରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏହା ପୂର୍ବରୁ ସେ ଗୃହ କମିଟି ନିକଟକୁ କ୍ଷମା ପ୍ରାର୍ଥନା କରି ଇମେଲ୍‍ ପଠାଇଥିଲେ।
ଏକ ସମ୍ବାଦ ସରବରାହ ସଂସ୍ଥାକୁ ସାକ୍ଷାତକାର ଅବସରରେ ଅଭିଜିତ କହିଛନ୍ତି ଯେ ମୁଁ ଟ୍ୱିଟରକୁ ଥଟ୍ଟା ପାଇଁ ବ୍ୟବହାର କରିଥାଏ। କିନ୍ତୁ ଏହା ଠିକ ନୁହେଁ ବୋଲି ଏବେ ବୁଝୁଛି। ମୋର ଓଡ଼ିଶା ପ୍ରତି ଉଚ୍ଚ ସମ୍ମାନବୋଧ ରହିଛି। ଭାରତୀୟ ସଂସ୍କୃତିକୁ ଓଡ଼ିଶାର ଅବଦାନ ଅନେକ। ଓଡ଼ିଶା ବିଷୟରେ ଅଧିକ ଜାଣିବାକୁ ଯାଇଥିଲି। ଭିଡିଓରେ ଦେଇଥିବା ମନ୍ତବ୍ୟରେ କିଛି ମନ୍ଦ ଉଦ୍ଦେଶ୍ୟ ନଥିଲା। ଯଦି ମୋ ମନ୍ତବ୍ୟ କାହାକୁ ଆଘାତ ପହଞ୍ଚାଇଛି ସେଥିପାଇଁ ମୁଁ ଦୁଃଖିତ। ସେ ଆହୁରି ମଧ୍ୟ କହିଛନ୍ତି, ଯଦି ଥଟ୍ଟା ମଜା କରିବାର ଅଛି, ତେବେ ଏପରି ଥଟ୍ଟା ମଜା କର, ଯେଉଁଥିରେ ଲୋକଙ୍କୁ ଆଘାତ ପହଞ୍ଚାଇବ ନାହିଁ।ଏହାଛଡା ବୈଜୟନ୍ତଙ୍କ ସର୍ମ୍ପକରେ ୟୁ-ଟର୍ଣ୍ଣ ମାରିଛନ୍ତି ଅଭିଜିତ । ବୈଜୟନ୍ତ ପଣ୍ଡାକୁ ମୁଁ ଚିହ୍ନିନାହିଁ, ତାଙ୍କ ସହ ପୂର୍ବରୁ ମାତ୍ର ଦୁଇଥର ଭେଟ ହୋଇଛି । ସେ ମୋର କୌଣସି ବନ୍ଧୁ ନୁହଁନ୍ତି ବୋଲି କହିଛନ୍ତି ଅଭିଜିତ । ଏଭଳି କହି ବୈଜୟନ୍ତଙ୍କ ନିକଟରୁ ମୁହଁ ମୋଡି ନେଇଛନ୍ତି ଅଭିଜିତ ।ଆଉ ଏସବୁ ଭିତରେ ଆସନ୍ତା ୨୨ ତାରିଖରେ ଓଡିଶା ଆସିବେ ଓ ୨୩ ତାରିଖରେ ଗୃହ କମିଟି ନିକଟରେ ହାଜରେ ହେବେ ଅଭିଜିତ ଆୟାର ।

loading...

Leave A Reply

Your email address will not be published.