Breaking

ଭଲ ନିଦ ଚାହୁଁଛନ୍ତି କି ? ଶୋଇବା ପୂର୍ବରୁ ଖାଆନ୍ତୁ ଏହି ୫ଟି ଖାଦ୍ୟ

0

ଦିନଯାକ ଅନେକ ପରିଶ୍ରମ କରି ରାତିରେ ବିଶ୍ରାମ ନେଇଥାନ୍ତି ଲୋକେ । କେତେକଙ୍କୁ ଭଲ ନିଦ ହେଲା ବେଳେ ଅନେକ ଟିକେ ଶାନ୍ତିରେ ଶୋଇବାକୁ ଅନେକ ଉପାୟ ଆପଣା’ନ୍ତି । ଅନେକ ଔଷଧର ସାହାଯ୍ୟ ନିଅନ୍ତି । କୁହାଯାଏ ଭଲ ନିଦ ହେବା ଖାଉତିବା ଆହାର ଉପରେ ବି ନିର୍ଭର କରେ । ରାତିରେ ଖାଇଥିବା ଆହାର ମଧ୍ୟ ଆପଣଙ୍କ ନିଦକୁ ଖାସ୍ ପ୍ରଭାବିତ କରିଥାଏ । ଆପଣ ରାତ୍ରି ଭୋଜନରେ କଣ ଖାଉଛନ୍ତି , ଏଥିରୁ ଜାଣିପାରିବେ ଆପଣଙ୍କର ନିଦ କିପରି ହେବ ? ଏବେ ଜାଣନ୍ତୁ ଶୋଇବା ପୂର୍ବରୁ କେଉଁ ଖାଦ୍ୟ ଖାଇଲେ ଭଲ ନିଦ ହେବ । ଖାଆନ୍ତୁ ଏହି ୫ଟି ଖାଦ୍ୟ ।

ପାଚିଲା କଦଳୀ – କୁହାଯାଇଛି ପାଚିଲା କଦଳୀ ଖାଇଲେ ଭଲ ନିଦ ହୁଏ । କଦଳୀରେ ଭରପୁର୍ ମାତ୍ରାରେ କୋର୍ବୋହାଇଡ୍ରେଟ୍ସ ଥାଏ । କାର୍ବୋହାଇଡ୍ରେଟ୍ସ ଟ୍ରିପ୍ଟୋଫେନ୍ ତିଆରି କରିବାରେ ସାହାଯ୍ୟ କରିଥାଏ । ଯାହା ମସ୍ତିଷ୍କକୁ ଭଲ ନିଦ ଦେଇଥାଏ । ଏହା ଛଡା କଦଳୀରେ ଭଲ ମାତ୍ରାରେ ମାଗ୍ନେସିୟମ ମଧ୍ୟ ଥାଏ । ଯାହା ମାଂସପେଶୀ ଓ ଶିରାପ୍ରଶିରାକୁ ଆରାମ ଦେଇଥାଏ ।

ଏକ ଗ୍ଲାସ୍ ଦୁଗ୍ଧ – ବୈଜ୍ଞାନିକ ଦୃଷ୍ଟିକୋଣ ଅନୁସାରେ ପ୍ରୋଟିନ୍ ଟ୍ରିପ୍ଟୋଫେନ୍ ର ବ୍ଲକ୍ସ ତିଆରି କରିଥାଏ । ଏବଂ ଦୁଗ୍ଧ ଏଥିରେ ଭରପୁର ଥାଏ । ଶୋଇବା ପୂର୍ବରୁ ଦୁଗ୍ଧ ନେବା କୁବ୍ ଭଲ ବୋଲି କୁହାଯାଇଛି । ଆୟୁର୍ବେଦ ଅନୁସାରେ ମଧ୍ୟ ଦିନର ଶେଷ ଏକ ଗ୍ଲାସ୍ ଗରମ କ୍ଷୀରରେ କରାଗଲେ ଏହା ଫାଇଦାପୂର୍ଣ୍ଣ ହୋଇଥାଏ । ଏହା ମସ୍ତିଷ୍କକୁ ଶାନ୍ତ କରୋ ଖାଲି ଏହା ନୁହେଁ ଏଥିରେ ବହୁତ କିଛି କ୍ୟାଲସିୟମ ଥାଏ , ଯାହା ନିଦକୁ ପ୍ରତିରୋଧ କରିବାରୁ ବଂଚିତ କରେ ।

ମହୁ – ଆଉ ମଧ୍ୟ ଶୋଇବା ପୂର୍ବରୁ ମହୁ ଖାଇବା ଭଲ ବିକଳ୍ପ ଭାବେ ଧରା ଯାଏ । ମହୁର ପଜିଟିଭ୍ ପ୍ରଭାବ ପୁରା ଶରୀରରେ ପଡିଥାଏ । ମହୁ ଆଣ୍ଟି ବ୍ୟାକ୍ଟେରିୟଲ , ଆଣ୍ଟି ଫଙ୍ଗଲ ଓ ଆଣ୍ଟି ଆକ୍ସିଡେଂଟ୍ସ ଅଟେ । ମହୁ ମଧ୍ୟ ଟ୍ରିପ୍ଟୋଫେନ ପ୍ରଡକ୍ସନର କାମ କରିଥାଏ ।

ବାଦାମ- ବାଦାମରେ ଭଲ ଫ୍ୟାଟ୍ , ଆମିନୋ ଏସିଡ୍ ଓ ମ୍ୟାଗ୍ନେସିୟମରେ ଭରପୁର ଅଟେ । ଏହା ଭଲ ନିଦ ଦେଇଥାଏ । ଯଦି ଆପଣକୁ ନିଦ ଆସୁନି ତ ଏହି ବାଦାମ ଭଲ ବିକଳ୍ପ ଅଟେ । ଏଥିରେ ଗଭୀର ନିଦ ଆସିବାରେ ସାହାଯ୍ୟ କରିଥାଏ । ଏବଂ ଆପଣ ଚାହିଁଲେ ବାଦାମକୁ ମହୁ ସହ ଖାଇପାରିବେ ବା ଏକ ଗ୍ଲାସ ଗରମ କ୍ଷୀର ସହ ମଧ୍ୟ ଖାଇପାରିବେ ।

ଦଲିଆ – ଦଲିଆ ଏକ ଭଲ ଆହାର ଭାବେ ଜଣା । ଏହା ହାଲକା ହୋଇଥାଏ । ଏଥିପାଇଁ ଏହା ହଜମ ହେବାରେ ସହଜ ହୋଇଥାଏ । ଏକ ପାତ୍ରର ଦଲିଆ ରାତ୍ର ସମୟରେ ଭଲ ଖାଦ୍ୟ ଅଟେ । କ୍ଷୀର , ମହୁ ,କଦଳୀ ଓ ବାଦାମ ସହ ଦଲିଆ ରାତିରେ ଆହାର ରୂପେ ନେଇପାରିବେ । ଏହା ଭଲ ନିଦ ଦେଇଥାଏ । ଆଉ ଆରାମ ମଧ୍ୟ ।

ଏସବୁ ଛଡା ଏହି କଥାକୁ ମଧ୍ୟ ଧ୍ୟାନ ରଖିବେ ଯେ ରାତି ସମୟରେ ମସଲା ଯୁକ୍ତ ଖାଦ୍ୟକୁ ଦୂରେଇବା ଉଚିତ୍ । ଏହା ନିଦକୁ ଖରାପ କରିପାରେ । ଆଉ ରାତିରେ ନିଦରେ ବ୍ୟାଘାତ ଘଟାଇଥାଏ ।

loading...

Leave A Reply

Your email address will not be published.