ଭୁବନେଶ୍ୱର:ଭାରତୀୟ ଜନତା ପାର୍ଟି (ବିଜେପି) ଭୁବନେଶ୍ୱର ଜିଲ୍ଲା ଉପସଭାପତି ଶ୍ରୀ ପୁରଞ୍ଜନ ପାଢ଼ୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ପୂର୍ବତନ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ପ୍ରିୟଦର୍ଶନୀ, ଜିଲ୍ଲା ସମ୍ପାଦକ ଶ୍ରୀ ସଦାଶିବ ଜେନା ଓ ତାଙ୍କ ସହିତ ଶତାଧିକ କାର୍ଯ୍ୟକର୍ତ୍ତା, ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଭାରତୀୟ ଜନତା ପାର୍ଟି (ବିଜେପି)ରୁ ଇସ୍ତଫା ପ୍ରଦାନ କରିଛନ୍ତି ।
ଜିଲ୍ଲା ଉପସଭାପତି ପୁରଞ୍ଜନ ପାଢ଼ୀ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣି କହିଛନ୍ତି ଯେ, ଦଳ ନୀତି, ଆଦର୍ଶରୁ ଦୂରେଇ ଯାଇ କିଛି ମୁଷ୍ଟିମେୟ ସ୍ୱାର୍ଥବାଦୀଙ୍କ ଦ୍ୱାରା କୁପରିଚାଳିତ ହେଉଅଛି । ପ୍ରକୃତ କାର୍ଯ୍ୟକର୍ତ୍ତାଙ୍କୁ ବିଭିନ୍ନ କ୍ଷେତ୍ରରେ ଅଣଦେଖା କରାଯାଉଅଛି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ପୂର୍ବତନ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମିନାକ୍ଷୀ ପ୍ରିୟଦର୍ଶନୀ ଅଭିଯୋଗ କରିଛନ୍ତି ଯେ, ମହିଳାମାନେ ସମାଜରେ ଅସୁରକ୍ଷିତ ବୋଲି ବି.ଜେ.ପି. ଅଭିଯୋଗ ଆଣୁଥିବା ବେଳେ ଦଳ ଭିତରେ ମହିଳା କାର୍ଯ୍ୟକର୍ତ୍ତା ଅସମ୍ମାନିତ, ଅପମାନିତ ଓ ଅବହେଳିତ ।
ସେହିପରି ଜିଲ୍ଲା ସମ୍ପାଦକ ଅଭିଯୋଗ କରିଛନ୍ତି ଯେ, ମୁଷ୍ଟିମେୟ ସ୍ୱାର୍ଥବାଦୀ ନେତାମାନେ କେନ୍ଦ୍ରମନ୍ତ୍ରୀଙ୍କ ନାଁ’କୁ ବ୍ୟବହାର କରି ଦଲାଲରାଜ, ଏକଛତ୍ରବାଦ ଓ ଅରାଜକତା ସୃଷ୍ଟି କରୁଛନ୍ତି । ଦଳର ନୀତି, ଆଦର୍ଶକୁ ଜଳାଞ୍ଜଳି ଦେଇ ବ୍ୟକ୍ତି କୈନ୍ଦ୍ରିକ ସ୍ୱାର୍ଥକୁ ଗୁରୁତ୍ୱ ଦେଉଛନ୍ତି । କାର୍ଯ୍ୟକର୍ତ୍ତାମାନେ ଭବିଷ୍ୟତରେ କେଉଁ ରାଜନୈତିକ ଦଳକୁ ଯିବେ ସେ ସମ୍ପର୍କରେ ନିଷ୍ପତ୍ତି ନନେଇଥିବା ପ୍ରକାଶ କରିଛନ୍ତି ।
Breaking
Coca-Cola India Strengthens Odisha’s Retail Ecosystem Through Training and Infrastructure SupportBMPS TAKSHILA SCHOOL – AVISHKAAROdisha is proud of a generation of youth who are conscious, committed, and courageous. You are rooted in tradition and ready to lead in innovation,” said the GovernorIndia’s First Probiotic Cheese Brand ‘Curious Cheese’ Launches in OdishaManaging Life with High LDL Cholesterol: What You Need to Know