ଭୁବନେଶ୍ବର : ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ପାଇଁ ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋମବାର ୫୦୦ ଟଙ୍କା ଦେଇ ଏହି ଟିକେଟ କିଣିଛନ୍ତି ନବୀନ । ହକି ଇଣ୍ଡିଆର ସିଇଓ ଏଲାନା ନରମାନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଟିକେଟ ପ୍ରଦାନ କରିଛନ୍ତି । ହକି ବିଶ୍ୱକପ ପାଇଁ ଦୁଇଟି ଉଦଘାଟନୀ ଉତ୍ସବର ଆୟୋଜନ କରିଛି ହକି ଇଣ୍ଡିଆ । ଉଦଘାଟନୀ ଉତ୍ସବ ପାଇଁ କୌଣସି ପାସ୍ ବ୍ୟବସ୍ଥା ରହି ନଥିବାରୁ ମୁଖ୍ୟମନ୍ତ୍ରୀ ୫୦୦ ଟଙ୍କା ଦେଇ ଏହି ଟିକେଟ କିଣିଛନ୍ତି।ଆସନ୍ତାକାଲି ଦିନ ୧୨ଟାରୁ ଅନଲାଇନରେ ସର୍ବସାଧାରଣଙ୍କ ପାଇଁ ଉଦଘାଟନୀ ଉତ୍ସବର ଟିକେଟ୍ ବିକ୍ରି କରାଯିବ । କଳିଙ୍ଗ ଷ୍ଟାଡିୟମରେ ୧୨ ହଜାର ଟିକେଟ୍ ରହିଛି । ଏହାର ମୂଲ୍ୟ ୫୦୦ ଟଙ୍କା । ବାରବାଟୀ ଷ୍ଟାଡିୟମରେ ୩୦ ହଜାର ଟିକେଟ୍ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ ବିକ୍ରି କରାଯିବ । ଏଠାରେ ଟିକେଟ୍ ମୂଲ୍ୟ ରହିଛି ୧୦୦ ଓ ୫୦୦ ଟଙ୍କା ।
Breaking
BMPS TAKSHILA SCHOOL – AVISHKAAROdisha is proud of a generation of youth who are conscious, committed, and courageous. You are rooted in tradition and ready to lead in innovation,” said the GovernorIndia’s First Probiotic Cheese Brand ‘Curious Cheese’ Launches in OdishaManaging Life with High LDL Cholesterol: What You Need to KnowIIMT’s Commitment to International Collaboration and Academic Excellence