Breaking

କଟକ:ମଇଁଷିକୁ ଧକ୍କା ଦେଇ ୩୦ ଫୁଟ ତଳକୁ ଖସିଲା ଯାତ୍ରୀବାହୀ ବସ୍

0

କଟକ:କଟକ ମହାନଦୀ ପୋଲରୁ ଏକ ଯାତ୍ରୀବାହୀ ବସ୍‌ ଖସିପଡ଼ିଛି। ମଇଁଷିକୁ ଧକ୍କା ଦେଇ ୩୦ ଫୁଟ୍‌ ତଳକୁ ବସଟି ଖସିପଡ଼ିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଘଟଣାସ୍ଥଳରେ କମିସନରେଟ୍‌ ପୋଲିସ, ଦମକଳ ବାହିନୀ ଓ ୯ଟି ଆମ୍ବୁଲାନ୍ସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।

ସୂଚନା ଅନୁସାରେ ପୋଲ ଉପରେ ବସ୍‌ଟି ଯାଉଥିବା ବେଳେ ମଇଁଷିକୁ ଶକ୍ତ ଧକ୍କା ଦେଇ ମହାନଦୀକୁ ଖସିପଡ଼ିଥିଲା। ପ୍ରାଥମିକ ଖବରରୁ ଜଣାପଡ଼ିଛି ଯେ, ବସ୍‌ଟି ୩୦ ଫୁଟ୍‌ ତଳକୁ ଖସିପଡ଼ିଛି। ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସୂଚନା ପାଇ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

loading...

Leave A Reply

Your email address will not be published.