Breaking

ଆଜି କେମିତି କଟିବ ଆପଣଙ୍କ ଦିନ :୪ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ଠାକୁରଙ୍କ ଦର୍ଶନ ଲାଭ କରିବାର ସୁଯୋଗ ଅଛି

0

ମେଷ: ସୌଭାଗ୍ୟ ଉଦୟ ହୋଇଛି। ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ। ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି। ଭୁଲ ଖବର ପାଇ ସାମୟିକ ଭାବେ ବିବ୍ରତ ହୋଇପାରନ୍ତି। ଧନାଗମ ହେବ। ବିଦ୍ୟାର୍ଥୀଙ୍କୁ ଶୁଭଫଳ।

ବୃଷ: ବ୍ୟୟ ପରିମାଣ ଅତ୍ୟଧିକ ହେବ। ମନ ପ୍ରସନ୍ନ ରହିବ। ବୁଦ୍ଧି ଚାଳନା କରି ଅର୍ଥ ସଞ୍ଚୟ କରିପାରନ୍ତି। ଶାନ୍ତି ସନ୍ତୋଷ ଲାଭ କରିବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ଓ ସନ୍ତୋଷ ମିଳିବ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ।

ମିଥୁନ: କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହୋଇପାରନ୍ତି; ମାତ୍ର ଏଥିପାଇଁ ବହୁ ବ୍ୟୟର ସମ୍ମୁଖୀନ ହେବେ। ମଧୁର ବାକ୍ୟରେ ଲୋକମାନଙ୍କୁ ଭୁଲାଇ ନିଜ ସପକ୍ଷକୁ ଆଣି ପାରନ୍ତି। କାର୍ଯ୍ୟ ପ୍ରାପ୍ତିରେ ବିଳମ୍ବ ହେବ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

କର୍କଟ: ଉଚ୍ଚ କର୍ତ୍ତୃପକ୍ଷଙ୍କ ସାହାଯ୍ୟ ମିଳିବ। ରୋଜଗାର ଯଥେଷ୍ଟ ପରିମାଣର ହୋଇପାରେ। ଆନନ୍ଦ ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ ହେବ। ଆର୍ଥିକ ଅଭିବୃଦ୍ଧି ଘଟିବାର ସୂଚନା ମିଳୁଛି। କର୍ମ ତତ୍ପର ହେବେ। ବିଦ୍ୟାର୍ଥୀ ସୁଖୀ ହେବେ।

ସିଂହ: ବୁଝି ବିଚାରି କାର୍ଯ୍ୟ କଲେ ସଫଳତା ମିଳିବ। କୀର୍ତ୍ତିମାନ ହୋଇପାରନ୍ତି। ଉଚ୍ଚ ସମ୍ମାନ ଲାଭ କରିବେ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଠାକୁରଙ୍କ ଦର୍ଶନ ଲାଭ କରିବାର ସୁଯୋଗ ଅଛି। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ।

କନ୍ୟା: କାର୍ଯ୍ୟ ଆପଣଙ୍କ ପାଇଁ ସହଜ ସୁଲଭ ହୋଇପାରେ। ଦାମ୍ପତ୍ୟ ସୁଖ ମିଳିବ। ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ କରିପାରନ୍ତି। ଭାଗ୍ୟର ପରିବର୍ତ୍ତନ ଘଟିବ। ପ୍ରତ୍ୟେକ କାର୍ଯ୍ୟ ଶୁଭପ୍ରଦ ହେବ। ବିଦ୍ୟାର୍ଥୀ ତତ୍ପର ହୋଇପାରନ୍ତି।

ତୁଳା: ସୁଖ ମିଳିବା କଷ୍ଟସାଧ୍ୟ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ ନିଜ ଲୋକମାନଙ୍କୁ ଭୁଲ ବୁଝି ପାରନ୍ତି। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ। ବିଦ୍ୟାର୍ଥୀଙ୍କୁ ସଫଳତା ପାଇଁ କଷ୍ଟସାଧ୍ୟ ହେବ।

ବିଛା: କାର୍ଯ୍ୟ କରିବା ଇଚ୍ଛାଶକ୍ତି ବୃଦ୍ଧି ହୋଇପାରେ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ପ୍ରତ୍ୟେକ କାର୍ଯ୍ୟରେ ସତର୍କତା ଆବଶ୍ୟକ। ବନ୍ଧୁ ସହାୟତା ପାଇ ଖୁସି ହେବେ। ବ୍ୟବସାୟ ଲାଭଜନକ ହେବ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ।

ଧନୁ: ପ୍ରତ୍ୟେକ କାର୍ଯ୍ୟ ଉତ୍ସାହିତ ହୋଇ କରିବେ। ଜନ ସାଧାରଣଙ୍କ ପ୍ରଶଂସାର ପାତ୍ର ହେବେ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହେବେ। ବିଦ୍ୟାର୍ଥୀ ଖୁସି ହେବେ।

ମକର: ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ନିଜ ଅଧିକାର ସାବ୍ୟସ୍ତ କରିବାରେ ସଫଳ ହେବେ। ମନରେ ବିଷଣ୍ଣ ଭାବ ଦେଖା ଦେଇ ପାରେ। ବିଭିନ୍ନ ଦିଗରୁ ଧନଲାଭ ହେବ। କେହି ଯାଚିକରି ଅର୍ଥ ଦାନ କରିପାରନ୍ତି। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

କୁମ୍ଭ: କେତେକ କ୍ଷେତ୍ରରେ ସାମୟିକ ଭାବେ ଭୁଲ ବୁଝାମଣା ଘଟିପାରେ। କୃଷିକ୍ଷେତ୍ରରୁ ଲାଭ ମିଳିପାରେ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଅସାଧ୍ୟ ସାଧନ କରିବାରେ ସକ୍ଷମ ହୋଇପାରନ୍ତି। ଆଶ୍ୱସ୍ତ ହେବେ। ବିଦ୍ୟାର୍ଥୀ ସଫଳ ହେବେ।

ମୀନ: ଯାତ୍ରା ଶୁଭଦାୟକ ହେବ। ପ୍ରତିଯୋଗିତାରେ ବିଜୟୀ ହେବେ। ତେଜୀୟାନ ହୋଇପାରନ୍ତି। ବିବାଦରେ ସକାରାତ୍ମକ ଭୂମିକା ଗ୍ରହଣ କରିପାରନ୍ତି। ଜନ ସମାଜରେ ଆଦର ଲାଭ କରିବେ। ଶାନ୍ତି, ସନ୍ତୋଷ ମିଳିବ। ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହେବେ।

loading...

Leave A Reply

Your email address will not be published.