Breaking

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ

0

ଭୁବନେଶ୍ୱର : ବିଧାନସଭାର ମୌସୁମୀ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଏହା ସେପ୍ଟମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ୍‌ ୧୧ଟି କାର୍ଯ୍ୟଦିବସ ରହିଛି। ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌ ଏହି ଅଧିବେଶନରେ ଆଗତ ହେବ। ୧୧ଟି କାର୍ଯ୍ୟ ଦିବସ ଥିବା ଏହି ଅଧିବେଶନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ସେମାନଙ୍କ ବିଧାୟକ ଦଳ ବୈଠକରେ ରଣନୀତି ଚୂଡ଼ାନ୍ତ କରିଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିଧାନସଭାରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ମୁକାବିଲା ତୀବ୍ର ହେବା ସମ୍ଭାବନା ରହିିଛି। ବିଜେଡି କେନ୍ଦ୍ରୀୟ ଅବହେଳାକୁ ପ୍ରମୁଖ ପ୍ରସଙ୍ଗ କରିବ। ଏହାବ୍ୟତୀତ କେନ୍ଦ୍ର ସରକାର ବିଭିନ୍ନ ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଥିବା ଦର୍ଶାଇ ନିଜ ସଫଳତାର ଚିତ୍ର ଉପସ୍ଥାପନ କରିବ। ଉଭୟ କଂଗ୍ରେସ ଏବଂ ବିଜେପି ବିଭିନ୍ନ ପ୍ରସଙ୍ଗରେ ଶାସକ ବିଜେଡିର ଦୋଷ ଦୁର୍ବଳତା ନେଇ ତଥ୍ୟ ଉପସ୍ଥାପନ କରିବାକୁ ପ୍ରସ୍ତୁତ ରହିଛନ୍ତି।ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ୍‌ ଆଗତ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗୋଟିଏ ଦିନ ଗୃହ ମୁଲତବୀ ରହିବ। ଆଜି ବିଧାନସଭାର କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

loading...

Leave A Reply

Your email address will not be published.