କେନ୍ଦ୍ରାପଡ଼ା:ଗ୍ରାମସଭାରେ ଯୁବକଙ୍କୁ ଉଲଗ୍ନ କରି ନିର୍ଧୁମ ପିଟିଲେ ଗାଁଲୋକ। ଏହା ସହ ୨ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜନଗର ତାଳଚୁଆ ମେରାଇନ୍ ଥାନା ରେକ୍ଟା ଗାଁରେ । ଏହି ଗାଁର ସଦାନନ୍ଦ ଜେନାଙ୍କ ପୁଅକୁ ସରପଂଚ ଏବଂ ଗ୍ରାମର କିଛି ଲୋକ ପଂଚାୟତ କାର୍ଯ୍ୟାଳୟ ପରିସରରେ ଲଙ୍ଗଳା କରି କାଠଫାଳିଆରେ ମାଡ ମାରିଥିଲେ । ଏଥିସହ ତାଙ୍କ ଉଲଗ୍ନ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ।
ମିଳିଥିବା ସୂଚନା ଅନୁସାରେ ଏହି ଯୁବକ ଜଣଙ୍କ ଶିକାରୀପାହି ଗ୍ରାମର ବୁଲୁ ଜେନାଙ୍କ ନିକଟରେ କାମ କରୁଥିଲେ । ବୁଲୁଙ୍କ ଝିଅ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହା ପରେ ଉକ୍ତ ଯୁବକ ଜଣଙ୍କ ବୁଲୁ ଜେନାଙ୍କ ଝିଅକୁ ନେଇ ଭୁବନେଶ୍ୱର ଚାଲିଆସିଥିଲେ । ଗତକାଲି ତାଳଚୁଆର ୭ରୁ ୮ଜଣ ଲୋକ ଯୁବକଙ୍କୁ ଭୁବନେଶ୍ୱରରୁ ଗାଁକୁ ଆଣିଥିଲେ । ଏହା ପରେ ଆରମ୍ଭ ହୋଇଥିଲା କଙ୍ଗାରୁକୋର୍ଟ ।ମାଡ ଖାଇଥିବା ଯୁବକଙ୍କୁ ଗୁରୁତର ଅବସ୍ଥାରେ ରାଜନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାିଛି। ଏନେଇ ଯୁବକଙ୍କ ବଡଭାଇ ତାଳଚୁଆ ସାମୁଦ୍ରିକ ଥାନାରେ ଏତଲା ଦେଇଛନ୍ତି ।
Breaking
BMPS TAKSHILA SCHOOL – AVISHKAAROdisha is proud of a generation of youth who are conscious, committed, and courageous. You are rooted in tradition and ready to lead in innovation,” said the GovernorIndia’s First Probiotic Cheese Brand ‘Curious Cheese’ Launches in OdishaManaging Life with High LDL Cholesterol: What You Need to KnowIIMT’s Commitment to International Collaboration and Academic Excellence