Breaking

କେଉଁ ସମୟରେ ପ୍ରେମୀଯୁଗଳ ହୁଅନ୍ତି ନିବିଡ଼

0

ପରିବେଶ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ମନୁଷ୍ୟ ଉପରେ ପଡିଥାଏ। ଫଳରେ ମନୁଷ୍ୟଠାରେ ଋତୁ ଅନୁସାରେ ବିଭିନ୍ନ ପ୍ରବୃତ୍ତି ଜାଗ୍ରତ ହୋଇଥାଏ। ଅନ୍ୟ ସମୟ ତୁଳନାରେ ଥଣ୍ଡା ବେଳେ ପ୍ରେମୀଯୁଗଳଙ୍କ ମଧ୍ୟରେ ନିବିଡ଼ତା ବଢ଼ିଥାଏ ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏନେଇ ୨୦ ହଜାର ପ୍ରେମୀଯୁଗଳଙ୍କ ଉପରେ କରାଯାଇଥିଲା ଅଧ୍ୟୟନ। ଜଣାପଡ଼ିଥିଲା ୬୬ ପ୍ରତିଶତ ପ୍ରେମୀଯୁଗଳ ବର୍ଷର ଥଣ୍ଡା ସମୟରେ ହିଁ ଏକାଠି ହୋଇଥାନ୍ତି। ଅଧ୍ୟୟନରେ ସାମିଲ୍‌ ହୋଇଥିବା ଯୋଡ଼ିଙ୍କୁ କିଛି ପ୍ରଶ୍ନ ପଚରା ଯାଇଥିଲା। ସେମାନଙ୍କ ଉତ୍ତର ଆଧାରରେ ରିପୋର୍ଟ ତିଆରି କରାଯାଇଥିଲା। ପ୍ରାଣୀ ଜଗତରେ ବିଭିନ୍ନ ଋତୁରେ ଭିନ୍ନ ଭିନ୍ନ ପ୍ରଜାତି ମିଳିତ ହୋଇଥାନ୍ତି। ଏହାକୁ ପ୍ରଜନନ ଋତୁ କୁହାଯାଇଥାଏ। ଏହା ପ୍ରାଣୀଙ୍କ ଗଠନ ଆକୃତି ପ୍ରକୃତି ତଥା ସେମାନଙ୍କ ଉପରେ ପଡୁଥିବା ପରିବେଶୀୟ ପ୍ରଭାବ ଉପରେ ନିର୍ଭର କରିଥାଏ ବୋଲି ଏହି ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଛି।

You May Like Here:
            ⇓

loading...

Leave A Reply

Your email address will not be published.