Breaking

ବସ-ସ୍କୁଲ ଭ୍ୟାନ ଧକ୍କା : ୬ ସ୍କୁଲ ପିଲାଙ୍କ ସମେତ ୭ଜଣଙ୍କ ମୃତ୍ୟୁ

0

ମଧ୍ୟପ୍ରଦେଶ : ଏକ ସ୍କୁଲ ଭ୍ୟାନକୁ ଯାତ୍ରୀବାହୀ ବାସ ଧକ୍କା ଦେବା ଫଳରେ ୬ ଜଣ ସ୍କୁଲ ପିଲାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି | ଏହି ଦୁର୍ଘଟଣା ମଧ୍ୟପ୍ରଦେଶରେ ଘଟିଛି |
ଆଜି ସକାଳେ ଏକ ସ୍କୁଲ ଭ୍ୟାନ ସ୍କୁଲ ପିଲାଙ୍କୁ ନେଇ ସ୍କୁଲକୁ ଯାଉଥିଲା | ଏତିକିବେଳେ ଏକ ବସ ଭ୍ୟାନକୁ ଧକ୍କା ଦେଇଥିଲା | ବସଟି ଦ୍ରୁତ ଗତିରେ ଯାଉଥିବା ଯୋଗୁଁ ଭାରସାମ୍ୟ ହରାଇ ସ୍କୁଲ ଭ୍ୟାନକୁ ଧକ୍କା ଦେଇଥିଲା | ଘଟଣାସ୍ଥଳରେ ହିଁ ୬ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା | ଅନ୍ୟ ଜଣେ ଗୁରୁତର ଆହତଙ୍କୁ ହସ୍ପିଟାଲ ନେବାବେଳେ ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ଆହତ ମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି | ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆସି ଦୁର୍ଘଟଣାଗ୍ରସ୍ତ ବସ ଏବଂ ଭ୍ୟାନରୁ ଲୋକଙ୍କୁ ଉଦ୍ଧାର କରିଥିଲେ |

loading...

Leave A Reply

Your email address will not be published.