ଭୁବନେଶ୍ବର: ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ାଙ୍କ ପରଲୋକ । ୭୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ମୃତ୍ୟୁ ହୋଇଛି । ଆଜି ସକାଳ ୧୦ଟା ୪୫ରେ ତାଙ୍କର ବିୟୋଗ ହୋଇଛି। ବୈଷ୍ଣବ ପରିଡ଼ା ବର୍ଷେ ହେବ ଚିକିତ୍ସିତ ହେଉଥିଲେ। ଦୀର୍ଘ ଦିନ ଧରି ସେ କ୍ୟାନ୍ସରରେ ପୀଡ଼ିତ ଥିଲେ । ତାଙ୍କ ବିୟୋଗରେ ରଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।ସେ ୨୦୧୦ରୁ ୨୦୧୬ ପର୍ଯ୍ୟନ୍ତ ସାଂସଦ ଭାବେ ରାଜ୍ୟ ସଭାକୁ ପ୍ରତିନିଧିତ୍ୱ କରିଥିଲେ। ବିଜେଡି ପକ୍ଷରୁ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ରୁଷ ସାହିତ୍ୟର ୧୦୦ରୁ ଅଧିକ ପୁସ୍ତକ ସେ ଅନୁବାଦ କରିଥିଲେ।ଓଡ଼ିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ଦେବା ଲାଗି ତାଙ୍କର ଅବଦାନ ଅତୁଳନୀୟ ଥିଲା। ଶେଷ ପର୍ଯ୍ୟନ୍ତ ସେ ଏହି ଆନ୍ଦୋଳନ ପୁରୋଧା ଥିଲେ।ସାମ୍ୟବାଦ ଓ ଧର୍ମନିରପେକ୍ଷତାକୁ ବିଶ୍ୱାସ କରୁଥିବା ଏହି ନେତା ୧୯୪୧ ମସିହାରେ ଯାଜପୁରରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ସିପିଆଇ, ତା’ପରେ କଂଗ୍ରେସ ଓ ପରେ ସମାଜବାଦୀ ପାର୍ଟିରେ ଯୋଗ ଦେବା ପରେ ଶେଷରେ ସେ ବିଜେଡିରେ ଯୋଗ ଦେଇଥିଲେ।
Breaking
MobilTM Celebrates the First-ever MotoGP™ Bharat by Powering Red Bull KTM Factory Racing TeamBidyasagar Classes: A Decade of Transforming Dreams into RealityBidyasagar Classes: A Decade of Excellence in EducationTHE NEW RANGE ROVER VELAR: SOPHISTICATED ELEGANCE COUPLED WITH COMPELLING DESIGNଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ରେ ମେଘ ଉତ୍ସବ 2023 ଉଦ୍ଘାଟିତ