Breaking

ଆଜି କେମିତି କଟିବ ଆପଣଙ୍କ ଦିନ :୧୮ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳିବ

0

ମେଷ: ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରି ପାରନ୍ତି। ଈର୍ଷା ପରିତ୍ୟାଗ କରି ସଦ୍ଭାବନା ବଜାୟ ରଖିବାକୁ ପଡ଼ିବ। ବ୍ୟବସାୟ ଲାଭଜନକ ହେବ। ସତର୍କତାର ଦିନଟିଏ।

ବୃଷ: ବନ୍ଧୁ ମିଳନ ଶାନ୍ତିପ୍ରଦ ହେବ। ବ୍ୟବସାୟ ଲାଭଜନକ ହେବ। ଜନସେବାରେ ନିଜକୁ ନିୟୋଜିତ କରିପାରନ୍ତି। ସାମୟିକ ଭାବେ ମନରେ ଅହଂଭାବ ଆସିପାରେ। ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ କଥାରେ ପରିଚାଳିତ ହେବେ।

ମିଥୁନ: ବନ୍ଧୁ ସହଯୋଗ ମିଳିପାରେ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ରହିବେ। ଶତ୍ରୁହନ୍ତା ହେବେ। ସମ୍ମାନିତ ହେବେ।

କର୍କଟ: ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭ ହୋଇପାରେ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ। ତେଜସ୍ୱୀ, ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ। ବିଭିନ୍ନ ଦିଗରୁ ଅର୍ଥ ମିଳିବ।

ସିଂହ: ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ଦେଖାଦେଇ ପାରେ। ଉଦାର ସ୍ୱଭାବର ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ। ସ୍ୱାସ୍ଥ୍ୟ ଭଲ ରହିବ। କୃଷି କର୍ମକାରୀ ହେବେ।

କନ୍ୟା: ମନ ପସନ୍ଦ ଦ୍ରବ୍ୟ ମିଳିପାରେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ।

ତୁଳା: ପରମ ଭାଗ୍ୟଶାଳୀ ହୋଇପାରନ୍ତି। ପରଦେଶବାସୀ ହେବେ। ସହନଶୀଳ ହୋଇପାରନ୍ତି। ଶାନ୍ତିପ୍ରିୟ ହେବେ। ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ବ୍ୟବସାୟରୁ ଅଧିକ ଧନ ମିଳିବ।

ବିଛା: ପରିବାର ପାଇଁ ଚିନ୍ତିତ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ବଳଶାଳୀ ଓ ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ରଣକ୍ଷେତ୍ରରେ ପାରଙ୍ଗମ ହେବେ। ମୋକଦ୍ଦମାରେ ଜିଣି ଧନଲାଭ କରିବେ।

ଧନୁ: ସୁଖ ସମ୍ମାନ ଲାଭ କରିପାରନ୍ତି। ଥଣ୍ଡା-କଫଜନିତ ପୀଡ଼ା ଅନୁଭବ କରିପାରନ୍ତି। ସାମୟିକ ଭାବେ ଗହଳିମୁକ୍ତ ହୋଇ ଏକାନ୍ତରେ ସମୟ କଟାଇବାକୁ ଇଚ୍ଛା କରିବେ। ମଧୁରଭାଷୀ ହୋଇପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ।

ମକର: ନିଜେ ନିଜକୁ ବୁଝାଇ ପାରିବେ। ଶୁଭ କାର୍ଯ୍ୟରେ ବ୍ୟୟ କରିପାରନ୍ତି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

କୁମ୍ଭ: ପରିଶ୍ରମର ମୂଲ୍ୟାଙ୍କନ ହେବ। କୁଳଦୀପକ ହୋଇପାରନ୍ତି। ମନପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ନିଜ ପରିବାର ପ୍ରତି ସ୍ନେହଭାବ ରହିବ। ସରକାରୀ ଅର୍ଥ ମିଳିବ।

ମୀନ: କାର୍ଯ୍ୟଟିକୁ କରାୟତ୍ତ କରିପାରନ୍ତି। ଆଶ୍ୱସ୍ତି ମିଳିବ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ପ୍ରବାସ ପ୍ରିୟ, ବିଦ୍ୱାନ ଓ ସାହସୀ ହେବେ।

loading...

Leave A Reply

Your email address will not be published.