Breaking

ସିଜ୍‌ ହେଲା ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର

0

ପୁରୀ:ଚିଲିକାରେ ବେଆଇନ ହେଲିକପ୍ଟର ଉଡ଼ାଣ ଅଭିଯୋଗ ଘଟଣାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଜବତ କରାଯାଇଛି। ଏହାକୁ ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମେରାଇନ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣାର ତନାଘନା ପରେ ଶନିବାର ଦିନ ଚିଲିକା ଉପରେ ଉଡୁଥିବା ହେଲିକପ୍ଟକୁ ଠାବ କରାଯାଇ ସିଜ୍‌ କରାଯାଇଛି।ସେପଟେ ଚିଲିକା ବିମାନ ବନ୍ଦର ନିର୍ଦ୍ଦେଶକ ମଧ୍ୟ ଏକ ହେଲିକପ୍ଟର ଜବତ ହୋଇଥିବା ବେଳେ କାହାର ହେଲିକପ୍ଟର ଏ ନେଇ କୌଣସି ସୂଚନା ସେ ଦେଇନାହାଁନ୍ତି। ସେହିପରି ପୁରୀ ଏସପି ସାର୍ଥକ ଷଡଙ୍ଗୀ ବୈଜୟନ୍ତଙ୍କ ହେଲିକପ୍ଟର କହିଥିବା ବେଳେ ହେଲିକପ୍ଟରରେ ବୈଜୟନ୍ତଙ୍କ ସମେତ ୨ ଜଣ ଥିଲେ ବୋଲି ସେ କହିଛନ୍ତି । ଏ ନେଇ ତଦନ୍ତ ଜାରି ରହିଥିବା ସେ କହିଛନ୍ତି।

loading...

Leave A Reply

Your email address will not be published.