Breaking

ସଶକ୍ତ ହେବ ଭାରତ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ

ଭାରତର ପ୍ରାୟ ୧୦୦ଟି ଉପଗ୍ରହ ୨୦୨୫ ସୁଦ୍ଧା ମହାକାଶରେ ପୃଥିବୀ ପରିକ୍ରମା କରିବା ଲକ୍ଷ୍ୟ ରଖିଛନ୍ତି ଭାରତ ସରକାର । ଏହାଦ୍ବାରା ଭାରତ ସାଟେଲାଇଟର ସୁରକ୍ଷା କରିବା କ୍ଷମତା ହାସଲ କରିବ। ରାଷ୍ଟ୍ରୀୟ ସୁରକ୍ଷା ଉପ-ପରାମର୍ଶଦାତା ପଙ୍କଜ ସରନ କହିଛନ୍ତି ଯେ ଏବେ ଆମର ୪୯ଟି ସାଟେଲାଇଟ ବା ଉପଗ୍ରହ ଥିବାବେଳେ ୨୦୨୫ ସୁଦ୍ଧା ତାହା ୧୦୦କୁ ବୃଦ୍ଧିପାଇବ । ଆଗକୁ ମହାକାଶରେ ଅଧିକ ସଂଖ୍ୟକ ସାମରିକ ଉପଗ୍ରହ ପଠାଇବାକୁ ଭାରତ ଯୋଜନା ଚୂଡ଼ାନ୍ତ କରୁଛି । ଚଳିତ ୫ ବର୍ଷରେ ୫ଟିରୁ ୪ଟି ୧ ଉପଗ୍ରହ ଓ ଗୋଟିଏ କାର୍ଟସ୍ୟାଟ-୩ ଉପଗ୍ରହ ରହିଛି । ପୂର୍ବରୁ ପଠାଯାଇଥିବା ରିସ୍ୟାଟ ଉପଗ୍ରହ ଦ୍ୱାରା ଉତ୍ତୋଳିତ ଫଟୋଚିତ୍ରକୁ ବ୍ୟବହାର କରି ୨୦୧୬ର ସର୍ଜିକାଲ ଷ୍ଟ୍ରାଇକ ଓ ଚଳିତ ବର୍ଷ ହୋଇଥିବା ଏୟାରଷ୍ଟ୍ରାଇକ କରାଯାଇଥିବା ବେଳେ ପଠାଯିବାକୁ ଥିବା ନୂଆ ରିସ୍ୟାଟ୍ ଉପଗ୍ରହ ଗୁଡ଼ିକ ପୁରୁଣା ରିସ୍ୟାଟ ଅପେକ୍ଷା ଅଧିକ ଶକ୍ତିଶାଳୀ । ଏହାଦ୍ବାରା ଭାରତ ଅଧିକ ସଶକ୍ତ ହେବ।

loading...

Leave A Reply

Your email address will not be published.