Breaking

ଆଜିଠାରୁ ଯୁକ୍ତ ୨ ଖାତା ମୂଲ୍ୟାୟନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ :

ଆଜିଠାରୁ ଯୁକ୍ତ ୨ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହେବ। ଦୁଇଟି ପର୍ୟ୍ୟାୟରେ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର କିଛି ବିଷୟର ଉତ୍ତର ଖାତା ଇ-ମୂଲ୍ୟାୟନ ହେବା ସହ କଳା ବିଭାଗର ଅନ୍ୟାନ୍ୟ ବିଷୟ ମାନୁଆଲ୍ ପ୍ରକ୍ରିୟାରେ ମୂଲ୍ୟାୟନ ହେବ। ଏପ୍ରେଲ୍ ୮ରୁ ୨୨ ଳେ ପ୍ରଥମ ପର୍ଯ୍ୟାୟ ଓ ଏପ୍ରିଲ ୨୩ରୁ ଦ୍ବିତୀୟ ପର୍ୟ୍ୟାୟରେ ଖାତା ଦେଖା ହେବ। ୧୬ ହଜାର ଅଧ୍ୟାପକ ଦୁଇଟି ପର୍ୟ୍ୟାୟରେ ନିୟୋଜିତ ହେବାର ସୂଚନା ରହିଛି। ଉତ୍ତର ଖାତାଗୁଡ଼ିକର ସ୍କାନିଂ ପ୍ରକ୍ରିୟା ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ଏଥର ୫୮ଟି ମାନୁଆଲ୍ ଓ ୩୬ ଟି ଇ-ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବା ସହ ମେ’ ପ୍ରଥମ ସପ୍ତାହ ସୁଦ୍ଧା ମୂଲ୍ୟାୟନ ପ୍ରକ୍ରିୟା ଶେଷ କରି ଜୁନ୍ ପ୍ରଥମ ସପ୍ତାହ ଭିତରେ ସମସ୍ତ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ସ୍ଥିର କରାଯାଇଛି।।ମୂଲ୍ୟାୟନକାରୀ ଅଧ୍ୟାପକମାନେ ନିର୍ଧାରିତ ସମୟରେ କେନ୍ଦ୍ରରେ ପହଞ୍ଚିବେ। ପ୍ରତିଦିନ ଖାତା ଦେଖୁଥିବା ଅଧ୍ୟାପକଙ୍କ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ରଖାଯାଇଛି। ମୂଲ୍ୟାୟନ କେନ୍ଦ୍ରକୁ ମୋବାଇଲ୍ ଓ ବୈଦ୍ୟୁତିକ ସାମଗ୍ରୀ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ମୂଲ୍ୟାୟନ ଚାଲିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ଜୋନର ଅଧିକାରୀମାନେ ସମୟ ନିର୍ଦ୍ଧାରଣ କରିବେଓ ମୂଲ୍ୟାୟନ କେନ୍ଦ୍ରର ମୁଖ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରରେ ପୁଲିସ ମୁତୟନ ଲାଗି ନିକଟସ୍ଥ ଥାନାର ସହାୟତା ନେବେ ବୋଲି ସୂଚନା ଦିଆଯାଇଛି। ତୃଟିଶୂନ୍ୟ ମୂଲ୍ୟାୟନ ସହ ସଠିକ୍ ସମୟରେ ଯେମିତି ଫଳାଫଳ ବାହାରି ପାରିବ ତା ଉପରେ ନଜର ରଖାଯାଇଛି।

loading...

Leave A Reply

Your email address will not be published.