Breaking

‘୪୫ ମିନିଟ୍‌ର ଖରାପ ଖେଳ’:କୋହଲି ‘୯୧୧’

0

ମାଞ୍ଚେଷ୍ଟର: ପରାଜୟ ପରେ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲିଙ୍କ ପାଖରେ କହିବାକୁ କିଛି ଭାଷା ନ ଥିଲା। ତଥାପି ଅନେକ କାରଣ ଖୋଜି ଦର୍ଶାଇଥିଲେ। ‘ପ୍ରଥମାର୍ଧ ଆମେ ଭଲ ଖେଳିଥିଲୁ, ନ୍ୟୁଜିଲାଣ୍ଡ୍‌କୁ ଯେଉଁ ସ୍କୋରରେ ରୋକିଥିଲୁ ତାହା ପଶ୍ଚାତଧାବନ ସାପେକ୍ଷ ଥିଲା। କିନ୍ତୁ ସେମାନେ ଯେଭଳି ବୋଲିଂ କଲେ ତାହା ଫରକ ପକାଇ ଦେଲା। ନ୍ୟୁଜିଲାଣ୍ଡ୍‌ ବୋଲରଙ୍କ ଦକ୍ଷତା ପ୍ରଦର୍ଶନ ହିଁ ଦେଖିବାର ଥିଲା। ସେମାନେ ଭଲ‌ ଖେଳିଲେ ଏବଂ ବିଜୟର ହକଦାର ଥିଲେ। ଆମ ଉପରେ ଚାପ ପକାଇବାରେ ସେମା‌ନେ ସଫଳ ହେଲେ। କିନ୍ତୁ ବିଶ୍ବକପ୍‌ ସାରା ଆମେ ଯେଭଳି ଖେଳିଲୁ ସେଥି ପାଇଁ ଗୌରବାନ୍ବିତ। ନ୍ୟୁଜିଲାଣ୍ଡ୍ ଆମଠାରୁ ଅଧିକ ସାହସୀ ଖେଳିଥିଲା ବୋଲି କୋହଲି କହିଥିଲେ। ସମସ୍ତ ପ୍ରଶଂସକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ। ତଥାପି ସଟ୍ ଚୟନ ଆମର ଅଧିକ ଉନ୍ନତ ହେବାର ଥିଲା ଏବଂ ୪୫ ମିନିଟର ଖରାପ କ୍ରିକେଟ୍‌ ଆମକୁ ପରାଜୟ ଆଡ଼କୁ‌ ନେଇଗଲା ବୋଲି କୋହଲି ସ୍ବୀକାର କରିଥିଲେ। ଗୁରୂତ୍ବପୂର୍ଣ୍ଣ ସମୟରେ ସେମାନେ ଶାଣିତ ପ୍ରଦର୍ଶନ କରିଥିଲେ। ‘ପ୍ରତିଯୋଗିତା ସାରା ଭଲ ଖେଳିବା ପରେ ମାତ୍ର ୪୫ ମିନିଟର ଖରାପ କ୍ରିକେଟ୍‌ ତୁମକୁ ଯେତେବେଳେ ବିଶ୍ବକପ୍‌ରୁ ବାହାର କରିଦେବ ନିଶ୍ଚିତ ଦୁଃଖ ଲାଗିବ’। ଏହାକୁ ଗ୍ରହଣ କରିବା କଷ୍ଟକର’ ବୋଲି କୋହଲି କହିଥିଲେ। ଧୋନି ତାଙ୍କ ଅବସର ସମ୍ପର୍କରେ ଆମକୁ କିଛି ଜଣାଇ ନାହାନ୍ତି ବୋଲି ମଧ୍ୟ କୋହଲି ଏହି ଅବସରରେ ପ୍ରକାଶ କରିଥି‌େଲ। ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍‌ କହିଥିଲେ ‘ଧୋନିଙ୍କ ୱିକେଟ୍‌ ମ୍ୟାଚ୍‌ର ଟର୍ଣ୍ଣିଂ ପଏଣ୍ଟ ଥିଲା।’

ଭାରତୀୟ କ୍ରିକେଟ୍ ଦଳର ବ୍ୟାଟିଂକ୍ରମକୁ ନେଇ କେବଳ ପ୍ରଶଂସକ ନୁହେଁ ବିଶେଷଜ୍ଞମାନେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଏଥିନେଇ ଖୋଲାଖୋଲି ଅସନ୍ତୋଷ ଜାହିର କରିଥିଲେ। ଦୀନେଶ କାର୍ତିକ ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିବା ନେଇ ଗାଙ୍ଗୁଲି ବିସ୍ମୟ ପ୍ରକଟ କରିଥିଲେ। ଭାରତ ୫ ରନ୍‌ରେ ୩ ୱିକେଟ୍ ହରାଇବା ପରେ ଧୋନି ଚତୁର୍ଥ ସ୍ଥାନରେ ଖେଳିବା ଉଚିତ୍ ହୋଇ ଥାଆନ୍ତା ବୋଲି ସେ କହିଥିଲେ। ‌୧୦ ହଜାରରୁ ଅଧିକ ରନ୍ କରିଥିବା ଧୋନିଙ୍କ ଆଗରୁ କାର୍ତିକ ବ୍ୟାଟିଂ ପାଇଁ ଆସିବା ଏକ ମସ୍ତବଡ଼ ଭୁଲ ଥିଲା ବୋଲି ସେ କହିଛନ୍ତି। ବିଶ୍ବକପ୍‌ରେ ଦ୍ବିତୀୟ ଥର ପାଇଁ ବ୍ୟାଟିଂ କରିବାକୁ ଓହ୍ଲାଇଥିବା କାର୍ତିକ ଖାତା ଖୋଲିବା ପାଇଁ ୨୧ ବଲ୍ ନେଇଥିଲେ। ଶେଷରେ ୨୫ ବଲ୍‌ରୁ ମାତ୍ର ୬ ରନ୍ କରି ଆଉଟ୍ ହୋଇଥିଲେ। ମ୍ୟାଟ୍ ହେନରିଙ୍କ ବଲ୍‌ରେ ଜେମ୍ସ ନିସାମ ଏକ ଅବିଶ୍ବସନୀୟ କ୍ୟାଚ୍ ନେଇ ତାଙ୍କ ପାଳିରେ ପୂର୍ଣ୍ଣଛେଦ ଟାଣି ଦେଇଥିଲେ। ସଚିନ ତେନ୍ଦୁଲକର, ଭିଭିଏସ୍‌ ଲକ୍ଷ୍ମଣ ମଧ୍ୟ କୋହଲିଙ୍କ ଏହା ଏକମାତ୍ର ଭୁଲ ଥିଲା ବୋଲି ଦର୍ଶାଇଛନ୍ତିି।

loading...

Leave A Reply

Your email address will not be published.