Breaking

୧୩୩ କୋଟି ସ୍ବପ୍ନ ଧୂଳିସାତ୍ : ବିଶ୍ବକପ୍‌ରୁ ଭାରତର ବିଷଣ୍ଣ ବିଦାୟ

0

ଞ୍ଚେଷ୍ଟର୍‌ : ୧୩୩‌ କୋଟିରୁ ଊର୍ଧ୍ବ ଭାରତୀୟଙ୍କ ଶୁଭେଚ୍ଛା ନେଇ ଇଂଲଣ୍ଡ ଯାଇଥିବା ବିରାଟ କୋହଲିଙ୍କ ବିଶ୍ବକପ୍‌ ଅଭିଯାନ ସେମିଫାଇନାଲରେ ସୀମିତ ରହିଯାଇଛି। ବର୍ଷ‌‌ା ଯୋଗୁଁ ଦୁଇ ଦିନ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ୧୮ ରନ୍‌ରେ ହାରି ଅଶ୍ରୁଳ ବିଦାୟ ନେଇଛି ଭାରତ। ୨୦୧୧ରେ ବିଜେତା ହେବା ପରେ ଭାରତ ପରବର୍ତୀ ଦୁଇ ସଂସ୍କରଣରେ ମଧ୍ୟ ସମାନ ସୀମାରେ ଝୁଣ୍ଟିଛି। ଲିଗ୍ ପର୍ଯ୍ୟାୟରେ ଚମତ୍କାର ଖେଳିଥିବା ଭାରତ କିନ୍ତୁ ସେମିଫାଇନାଲରେ ନୈରାଶ୍ୟଜନକ ପ୍ରଦର୍ଶନ କରିବା କ୍ରିକେଟ୍ ପ୍ରେମୀଙ୍କୁ ଦୁଃଖରେ ବୁଡ଼ାଇ ଦେଇଛି। ୪ ବର୍ଷ ତଳେ ଉପ ବିଜେତା ହୋଇଥିବା ନ୍ୟୁଜିଲାଣ୍ଡ୍ ଲଗାତାର ଦ୍ବିତୀୟ ଥର ପାଇଁ ଫାଇନାଲକୁ ଉଠିବାର ଗୌରବ ପାଇଛି। ଗୁରୁବାର ଦ୍ବିତୀୟ ସେମିଫାଇନାଲ୍‌ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍‌ର ବିଜେତା ସହିତ ରବିବାର ନ୍ୟୁଜିଲାଣ୍ଡ୍‌ ସହ ଲର୍ଡସରେ ଫାଇନାଲ୍‌ ଖେଳିବ।

ମଙ୍ଗଳବାରଠାରୁ ଲମ୍ବିଥିବା ନ୍ୟୁଜିଲାଣ୍ଡ୍ ପାଳି ବୁଧବାର ଅବଶିଷ୍ଟ ୨୩ ବଲ୍ ଖେଳି ୨୮ ରନ୍ ଯୋଡ଼ିବା ସହିତ ୨୩୯/୮ରେ ସୀମିତ ରହିଥିଲା। ରସ୍ ଟେଲର୍ (୭୪, ୯୦ ବଲ୍‌, ୩ ଚୌକା, ୧ ଛକା)ଙ୍କ ପାଳି ରନ୍‌ ଆଉଟ୍‌ରେ ଶେଷ ହୋଇଥିଲା। ଭୁବନେଶ୍ବର କୁମାର ୪୯ତମ ଓଭରରେ ୨ ୱିକେଟ୍‌ ନେଇ ମଧ୍ୟ ନ୍ୟୁଜିଲାଣ୍ଡକୁ ରୋକିଥିଲେ। ବୁମରା (୧/୩୯) ଏବଂ ଭୁବି (୩/୪୩)ଙ୍କ ପାଇଁ ନ୍ୟୁଜିଲାଣ୍ଡ୍‌କୁ ନିୟନ୍ତ୍ରଣରେ ରଖିଥିବା ଭାରତ କିନ୍ତୁ ୨୪୦ ରନ୍‌ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବା ମାତ୍ରେ ଲକ୍ଷ୍ୟଭ୍ରଷ୍ଟ ହୋଇଯାଇଥିଲା।

loading...

Leave A Reply

Your email address will not be published.