Breaking

ୟୁଟ୍ୟୁବ୍‌ରେ ୪୦୦ ମିଲିୟନ୍‌ ଟପିଲା ‘ବୋଲେ ଚୁଡିୟାଁ’ ଗୀତ, ଖୁସି ବ୍ୟକ୍ତ କଲେ କରଣ ଜୋହର

0

ମୁମ୍ବାଇ: କରଣ ଜୋହରଙ୍କ ‘କଭି ଖୁସି କଭି ଗ୍‌ମ୍‌(୨୦୦୧)’ ଚଳଚ୍ଚିତ୍ରର ‘ବୋଲେ ଚୁଡିୟାଁ’ ଗୀତଟି ବହୁ ଲୋକପ୍ରିୟ ଗୀତର ମର୍ଯ୍ୟାଦା ପାଇଛି। ଏହି ଗୀତଟିକୁ ୟୁଟ୍ୟୁବ୍‌ରେ ଏଯାବତ୍‌ ୪ ଶହ ମିଲିୟନ୍‌ରୁ ଊର୍ଧ୍ୱ ଦର୍ଶକ ଦେଖି ସାରିଲେଣି।

ଗୀତଟିରେ ଅମିତାଭ ବଚ୍ଚନ, ଜୟା ବଚ୍ଚନ, ଶାହାରୁଖ ଖାନ, କାଜଲ, ରିତିକ ରୋଶନ ଓ କରୀନାଙ୍କୁ ଏକତ୍ର ଦେଖିବାକୁ ମିଳିଥିଲା। ଏହା ଥିଲା କରଣ ଜୋହରଙ୍କ ନିର୍ଦ୍ଦେଶିତ ଦ୍ୱିତୀୟ ଚଳଚ୍ଚିତ୍ର। କରଣ ଏହା ପୂର୍ବରୁ ‘କୁଛ୍‌ କୁଛ୍‌ ହୋତା ହୈ’ର ନିର୍ଦ୍ଦେଶନା ଦେଇ ଲୋକପ୍ରିୟତାର ଶୀର୍ଷକୁ ଯାଇ ସାରିଥିଲେ।

ତେବେ, ଏହି ଗୀତଟି ଟ୍ଵିଟର୍‌ରେ ହାଇ ରିଚ୍‌ଡ ହୋଇଥିବା ନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି କରଣ। ଗୀତଟିର କୋରିଓଗ୍ରାଫି କରିଥିଲେ ଫର୍‌ହା ଖାନ୍‌। ଚଳଚ୍ଚିତ୍ରଟିକୁ ୧୮ ବର୍ଷ ବିତିଗଲାଣି ହେଲେ ଏବେ ବି ୟୁଟ୍ୟୁବ୍‌ରେ ଏହି ଗୀତର ଦର୍ଶକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ଏହି ଗୀତଟିକୁ ସେୟାର୍‌ କରି କରଣ ଟ୍ଵିଟର୍‌ରେ ଲେଖିଛନ୍ତି ଏହା ତାଙ୍କର ଚୀର ସ୍ମରଣୀୟ ଗୀତ। ଅମିତାଭ ବଚ୍ଚନଙ୍କ ସହ ଏହି ଚଳଚ୍ଚିତ୍ରରେ ସେ ପ୍ରଥମେ କାମ କରିଥିଲେ।

loading...

Leave A Reply

Your email address will not be published.