Breaking

ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଲା ପାସେଞ୍ଜର୍‌ ଟ୍ରେନ୍‌: ୧୧ ମୃତ, ୬୦ ଆହତ

0

ଲାହୋର,୧୧।୭: ପାକିସ୍ତାନର ପୂର୍ବ ପଞ୍ଜାବ ପ୍ରଦେଶରେ ଏକ ମାଲବାହୀ ଟ୍ରେନ୍‌ ଏବଂ ପାସେଞ୍ଜର ଟ୍ରେନ୍‌ ମଧ୍ୟରେ ଧକ୍କାରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୬୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ସାଦିକାବାଦ୍‌ ତହସିଲ୍‌ରେ ଥିବା ବହ୍ଲାର ଷ୍ଟେଶନର ଲୁପ୍‌ ଲାଇନ୍‌ରେ ମାଲବାହୀ ଟ୍ରେନ୍‌ ଛିଡ଼ା ହୋଇଥିବାବେଳେ ଅକବର ଏକ୍ସପ୍ରେସ୍‌ ନିଜର ପ୍ରକୃତ ଲାଇନ୍‌ ଛାଡି ଭୁଲ୍‌ ଟ୍ରାକ୍‌ରେ ଦ୍ରୁତ ଗତିରେ ଏହାକୁ ଧକ୍କା ଦେଇଥିଲା। ଏଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ସେହିଭଳି ଆହତଙ୍କ ମଧ୍ୟରେ ୯ ମହିଳା ଏବଂ ୧୧ ଶିଶୁ ରହିଥିବା ରହିମ୍‌ ୟାର୍‌ ଖାଁ ଜିଲା ପୋଲିସ ଅଧିକାରୀ ଓମର ସଲାମତ୍‌ ସୂଚନା ଦେଇଛନ୍ତି।

loading...

Leave A Reply

Your email address will not be published.