Breaking

ବିଶ୍ୱର ୫ କ୍ରିକେଟର୍ସ ବିଷୟରେ ଜାଣନ୍ତୁ, ଯାହାଙ୍କ ସ୍ତ୍ରୀ ବି ଜଣେ ଜଣେ ବିଶ୍ୱସ୍ତରୀୟ ଖେଳାଳି

0

କ୍ରିକେଟରେ ଏମିତି କିଛି ଖେଳାଳି ଅଛନ୍ତି, ଯେଉଁମାନେ ବ୍ୟକ୍ତିଗତ ଜୀବନରେ ଜଣେ ଖେଳାଳିଙ୍କୁ ବିବାହ କରିଛନ୍ତି। ଆସନ୍ତୁ ସେଭଳି ୫ ଯୋଡିଙ୍କ ବିଷୟରେ ଜାଣିବା…

ମିଚେଲ ଷ୍ଟାର୍କ ଏବଂ ଏଲିସା ହିଲି
ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଭଳି ତାଙ୍କ ସ୍ତ୍ରୀ ଏଲିସା ହିଲି ମଧ୍ୟ ଜଣେ କ୍ରିକେଟର। ଉଭୟ ଜାତୀୟ ଦଳକୁ ପ୍ରତିନିଧିତ୍ୱ କରୁଛନ୍ତି। ଏଲିସା ଓ୍ବିକେଟକିପର୍‌ ବ୍ୟାଟ୍ସମ୍ୟାନ୍‌ ହୋଇଥିବାବେଳେ ମିଚେଲ ଜଣେ ବୋଲର୍‌। ଉଭୟ ୨୦୧୬ ଏପ୍ରିଲ ୧୫ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ସୋଏବ ମଲିକ ଏବଂ ସାନିଆ ମିର୍ଜା
ପାକିସ୍ତାନ କ୍ରିକେଟର ସୋଏବ ମଲିକ ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜାଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବିବାହ ୨୦୧୦ରେ ହୋଇଥିଲା।

ଦିନେଶ କାର୍ତ୍ତିକ ଏବଂ ଦୀପିକା ପାଲିକଲ
ଭାରତୀୟ କ୍ରିକେଟ ଦଳର ଓ୍ବିକେଟକିପର ବ୍ୟାଟ୍ସମ୍ୟାନ୍‌ ଦିନେଶ କାର୍ତ୍ତିକ ସ୍କ୍ବାସ୍‌ ଖେଳାଳି ଦୀପିକା ପାଲିକଲଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବିବାହ ୨୦୧୫ରେ ହୋଇଥିଲା। ଦୀପିକା ପ୍ରଥମ ଭାରତୀୟ ସ୍କ୍ବାସ୍‌ ଖେଳାଳି ଭାବେ ବିଶ୍ୱର ଶୀର୍ଷ ୧୦ଜଣ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ସେ ଅର୍ଜୁନ ପୁରସ୍କାରରେ ମଧ୍ୟ ପୁରସ୍କୃତ ହୋଇଛନ୍ତି।

ଇଶାନ୍ତ ଶର୍ମା ଏବଂ ପ୍ରତିମା ସିଂହ
ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଇଶାନ୍ତ ଶର୍ମା ବାସ୍କେଟବଲ୍‌ ଖେଳାଳି ପ୍ରତିମା ସିଂଙ୍କୁ ବିବାହ କରିଛନ୍ତି। ଉଭୟ ୨୦୧୬ ଡିସେମ୍ବର ୯ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ପ୍ରତିମା ଭାରତୀୟ ବାସ୍କେଟବଲ ଦଳର ପୂର୍ବତନ ଅଧିନାୟିକା ମଧ୍ୟ ଥିଲେ।

ଶିଥଲ ଗୌତମ ଏବଂ ରବିନ ଉଥାପା
ଭାରତୀୟ କ୍ରିକେଟ ଷ୍ଟାର୍‌ ରବିନ୍‌ ଉଥାପାଙ୍କୁ ବିବାହ କରିବା ପୂର୍ବରୁ ଶିଥଲ ଗୌତମ ଜଣେ ଟେନିସ୍‌ ଖେଳାଳି ଥିଲେ। ବିବାହ ପରେ ଶିଥଲ ଖେଳ ଛାଡିଦେଇଥିଲେ।

loading...

Leave A Reply

Your email address will not be published.