Breaking

ପାକିସ୍ତାନ ବସ୍‌ ଡ୍ରାଇଭର୍‌ଙ୍କ ପୁଅ ହେଲେ ବ୍ରିଟେନର ଅର୍ଥମନ୍ତ୍ରୀ

0

ଲଣ୍ଡନ,୨୫ା୭: ନୂତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପୂର୍ବତନ ଗୃହମନ୍ତ୍ରୀ ସାଜିଦ ଜାଭିଦଙ୍କୁ ଦେଶର ଅର୍ଥମନ୍ତ୍ରୀ କରିବାକୁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ପଦ ଲାଗି ଦାବିଦାର ଥିବା ଜାଭିଦଙ୍କୁ କଞ୍ଜରଭେଟିଭ ପାର୍ଟି ଏମ୍‌ପିଙ୍କ ସମର୍ଥନ ନ ମିଳିବାରୁ ବୋରିସ ବାଜି ମାରିନେଇଥିଲେ। ସାଜିଦ୍‌ ପାକିସ୍ତାନ ମୂଳର ବୋଲି ଜଣାପଡିଛି। ତାଙ୍କ ପିତା ଅବଦୁଲ ଗନି ପାକିସ୍ତାନରେ ଜଣେ ବସ୍‌ ଡ୍ରାଇଭର୍‌ ଭାବେ କାର୍ଯ୍ୟ କରୁଥିଲେ। କାମ ଖୋଜିବା ପାଇଁ ସେ ପାକିସ୍ତାନରୁ ବ୍ରିଟେନ୍‌ ଆସିଥିଲେ। ଏଠାରେ ମଧ୍ୟ ସେ ବସ୍‌ ଡ୍ରାଇଭର୍‌ ଭାବେ କାର୍ଯ୍ୟ କରୁଥିଲେ। ୧୯୬୯ରେ ସାଜିଦ୍‌ଙ୍କ ଜନ୍ମ ରକଡେଲ୍‌ ଟାଉନ୍‌ରେ ହୋଇଥିଲା। ୨୦୧୦ରେ ସେ ପ୍ରଥମଥର ପାଇଁ ସେ ଏମ୍‌ପି ହୋଇଥିଲେ। ୨୦୧୮ରେ ସେ ବ୍ରିଟେନ୍‌ର ସ୍ବରାଷ୍ଟ୍ର ମନ୍ତ୍ରୀ ଦାୟିତ୍ୱ ନେଇଥିଲେ।

loading...

Leave A Reply

Your email address will not be published.