Breaking

ନୀରବ ମୋଦିଙ୍କ ଜାମିନ୍‌ ଆବେଦନ ପୁଣି ଖାରଜ

0

ଲଣ୍ଡନ, ୨୫।୭: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ପୁଣି ଏକ ଝଟକା ଲାଗିଛି। ଗୁରୁବାର ଲଣ୍ଡନର ଏକ ଅଦାଲତ ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ମାମଲାର ଆଗାମୀ ଶୁଣାଣି ଅଗଷ୍ଟ ୨୨ ପର୍ଯ୍ୟନ୍ତ ଘୁଞ୍ଚାଇଦିଆଯାଇଛି। କ୍ରମାଗତ ୩ ଥର ମୋଦିଙ୍କ ଜାମିନ ଆବେଦନ ଖାରଜ ହୋଇସାରିଲାଣି। ସୂଚନାଯୋଗ୍ୟ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ୧୪ କୋଟି ଟଙ୍କା ଠକେଇର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି ଭାରତ ଛାଡି ଲଣ୍ଡନ ପଳାଇଥିଲେ। ସେଠାରେ ତାଙ୍କୁ ଗତ ମାର୍ଚ୍ଚରେ ଗିରଫ କରାଯାଇଥିଲା।

loading...

Leave A Reply

Your email address will not be published.