Breaking

ଧକ୍‌ ଧକ୍‌ ଗର୍ଲ ମାଧୁରୀଙ୍କୁ ବିବାହ କରିବାକୁ ମନା କରିଥିଲେ ଏହି ସିଙ୍ଗର, କାହିଁକି ଜାଣିଛନ୍ତି…?

0

ସବୁ ଭାରତୀୟ ପୁରୁଷଙ୍କର ଦିନେ ନିଦ ଚୋରି କରିଥିବା ବଲିଉଡ୍‌ର ଧକଧକ୍ ଗର୍ଲ ମାଧୁରୀ ବି ବିବାହ ପାଇଁ ରିଜେକ୍ଟ ହୋଇଥିଲେ। ନିଜର ସୁନ୍ଦର ଅଭିନୟ, ନୃତ୍ୟ ଏବଂ ହସ ପାଇଁ ସମସ୍ତଙ୍କର ପ୍ରିୟ ମାଧୁରୀଙ୍କୁ ବିବାହ କରିବାକୁ ଦିନେ ମନା କରିଥିଲେ ସିଙ୍ଗର ସୁରେଶ ୱାଡ଼େକର। ଅାପଣ ଭାବୁଥିବେ କାହିଁକି?

କାରଣ କିଛି ଏମିତି ଥିଲା…
ସେ ସମୟରେ ମାଧୁରୀ ନିଜ କ୍ୟାରିୟରକୁ ନେଇ ଖୁବ୍ ବ୍ୟସ୍ତ ରହୁଥିଲେ। ନିଜକୁ ବି ଭଲ ଭାବରେ ସମୟ ଦେଇପାରୁନଥିଲେ। ତାଙ୍କର ପରିବାରବର୍ଗ ତାଙ୍କ ବିବାହ ପାଇଁ ବେଶ ଚିନ୍ତାରେ ରହୁଥିଲେ। ଏହା ଭିତରେ ଯେତେବେଳେ ସେମାନେ ମାଧୁରୀଙ୍କ ବିବାହ ପ୍ରସ୍ତାବ ସୁରେଶ ୱାଡେକରଙ୍କ ନିକଟକୁ ନେଇ ଗଲେ ସେ ସିଧାସଳଖ ମନା କରିଥିଲେ ତାଙ୍କୁ ବିବାହ କରିବାକୁ। କାରଣ ମାଧୁରୀ ବହୁତ ପତଳା ଥିଲେ, ଯାହା ସୁରେଶଙ୍କୁ ଅାଦୌ ପସନ୍ଦ ନଥିଲା। ତେଣୁ ସେ ମାଧୁରୀଙ୍କ ପରିବାର ଲୋକଙ୍କୁ ସିଧାସିଧା ମନା କରି ଦେଇଥିଲେ। କିନ୍ତୁ ଏପଟେ ମାଧୁରୀ ନା ତାଙ୍କ ଅଭିନୟ ଛାଡ଼ିଥିଲେ ନା ପରିଶ୍ରମ କରିବା କମ୍ କରିଥିଲେ। ଶେଷରେ ସଫଳତାର ଏମିତି ଏକ ସ୍ଥାନରେ ପହଞ୍ଚିଥିଲେ, ଯାହା ତାଙ୍କୁ ଅାଜି ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ଆଣି ଦେଇ ପାରିଛି।

You May Like Here:
            ⇓

loading...

Leave A Reply

Your email address will not be published.