Breaking

ଆସନ୍ତାକାଲି ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ

0

ଭୁବନେଶ୍ୱର:ଆସନ୍ତାକାଲି ଭାରତର ଉପରାଷ୍ଟ୍ରପତି ଶ୍ରୀ ଭେଙ୍କୟା ନାଇଡୁ ଓଡିଶା ଗସ୍ତରେ ଆସିବେ ।ଶ୍ରୀ ନାଇଡୁ ଭୁବନେଶ୍ୱର ସ୍ଥିତ ଏମସ୍ ର ପ୍ରଥମ ସମାବର୍ତନ ଉତ୍ସବରେ ଯୋଗ ଦେବେ । ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।ମୁତୟନ ହେବେ ୨୫ପ୍ଲାଟୁନ୍‌ ପୋଲିସ ଫୋର୍ସ । ନଜର ରଖିବେ ୮୦ଜଣ ବରିଷ୍ଠ ପୋଲିସ ଅଫିସର । ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି କମିଶନରେଟ ପୋଲିସ । କାରକେଡର ମକ୍ ଡ୍ରିଲ୍ କରାଯାଇଛି । ବିମାନ ବନ୍ଦରରୁ ରାଜଭବନ ଏବଂ ସେଠାରୁ ଏମସ୍ ପର୍ଯ୍ୟନ୍ତ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

loading...

Leave A Reply

Your email address will not be published.