Breaking

ତତାଇଲାଣି ତେଲ ଦର

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ତେଲ ଦର ଏବେ ଆକାଶ ଛୁଆଁ। ଦରରେ ନାହି ଲଗାମ। ଗତ ୨୦ ଦିନ ଭିତରେ ପେଟ୍ରୋଲ ଲିଟର ପିଛା ପାଖାପାଖି ୧୦ ଟଙ୍କା ଏବଂ ଡିଜେଲ ଦର ୧୧ଟଙ୍କା ବୃଦ୍ଧି ପାଇଲାଣି ।ଦର ବଢି ବଢି ଚାଲିଛି । ୨୦ ଦିନ ମଧ୍ୟରେ ପେଟ୍ରୋଲ ଦର ଲିଟର ପିଛା ୯ଟଙ୍କା ୨୫ପଇସା ଏବଂ ଡିଜେଲ ଦର ୧୦ଟଙ୍କା ୮୫ ପଇସା ବୃଦ୍ଧି ପାଇଛି । ତେବେ ଦର ବୃଦ୍ଧି ନେଇ ଯୁକ୍ତି ହେଉଛି, ଡଲାର ତୁଳନାରେ ଟଙ୍କାର ଦୁର୍ବଳ ହେବା, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ଏବଂ ଡେଲିପ୍ରାଇସ ମେକାନିଜିମ ଅନୁଯାୟୀ ତୈଳ ଦର ବୃଦ୍ଧି ହେଉଛି । ତୈଳ ଦର ବଢିବାର ବଡ କାରଣ ହେଲା ରାଜ୍ୟ ସରକାରଙ୍କ ଭାଟ ଏବଂ କେନ୍ଦ୍ର ସରକାରଙ୍କ ଏକସାଇଜ ଡ୍ୟୁଟି ବଢାଇବା। ବର୍ତମାନ ପରି ପରିସ୍ଥିତିରେ ତେଲଦରରେ ଅହେତୁକ ବୃଦ୍ଧି ସାଧାରଣ ଜନତାଙ୍କୁ ଚିନ୍ତାରେ ପକାଇଛି।

loading...

Leave A Reply

Your email address will not be published.