Breaking

ପ୍ରସ୍ତୁତି ଚୂଡ଼ାନ୍ତ

ନିତିନିର୍ଘଣ୍ଟ ପ୍ରସ୍ତୁତ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ

ରଥଯାତ୍ରା ପାଇଁ ନୀତିନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । କାଳିଆ ସାଆନ୍ତଙ୍କ କେଉଁ ନୀତି କେତେବେଳେ ହେବ, ତାହା ସ୍ଥିର କରାଯାଇଛି । ପ୍ରାତଃ ୩ଟାରେ ମଙ୍ଗଳ ଆଳତି କରାଯିବ । ୩ଟା ୧୫ରେ ହେବ ମଇଲମ ଲାଗି । ୩ଟା ୩୦ରେ ତଡ଼ପ ଲାଗି, ୪ଟାରେ ରୋଷ ହୋମ, ୪ଟା ୩୦ରେ ଅବକାଶ ନୀତି, ୪ଟା୪୫ରେ ସୂର୍ଯ୍ୟପୂଜା, ଭୋର୍‌ ୫ଟାରେ ଦ୍ଵାରପାଳ ପୂଜା ଓ ବେଶ, ଭୋର ୫ଟା ୩୦ରୁ ୬ଟା ୪୫ ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପନୀତି, ସକାଳ ୬ଟା ୪୫ରେ ରଥ ପ୍ରତିଷ୍ଠା ଓ ମଙ୍ଗଳାର୍ପଣ, ସକାଳ ୭ଟାରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହେବ ।ସକାଳ ୧୦ଟାରେ ପହଣ୍ଡି ଶେଷ, ୧୦ଟାରୁ ୧୦ଟା ୩୦ ମଧ୍ୟରେ ମଦନ ମୋହନ ବିଜେ, ୧୦ଟା ୩୦ରୁ ୧୧ଟା ମଧ୍ୟରେ ଚିତାଲାଗି, ୧୧ଟାରୁ ୧୧ଟା ୩୦ ମଧ୍ୟରେ ବେଶ ଶେଷ ହେବ । ୧୧ଟା ୩୦ରୁ ୧୨ଟା ୧୫ ଭିତରେ ଛେରାପହଁରା କରାଯିବ । ଛେରାପହଁରା ପରେ ରଥଟଣା ପାଇଁ ନୀତିନିର୍ଘଣ୍ଟ କରାଯାଇଛି ।

loading...

Leave A Reply

Your email address will not be published.