Breaking

ଖୋଲା ନାଳରେ ଭାସିଗଲା ୩ବର୍ଷର ଶିଶୁ, ସିସିଟିଭିରେ କଏଦ ହେଲା ଚିତ୍ର

0

ଶିଶୁଟିଏ ମ୍ୟାନହୋଲରେ ଖସିପଡିଲା । ମ୍ୟାନହୋଲରେ ପଡିଯିବା ପରେ ଖୋଲା ନାଳରେ ୩ବର୍ଷର ଶିଶୁଟି ଭାସିଯାଇଛି । ମୁମ୍ବାଇ ଗୋରେଗାଓଁରେ ଘଟିଛି ଏହି ଅଭାବନୀୟ ଘଟଣା ,ଯାହାର ଚିତ୍ର ସିସିଟିଭିରେ କଏଦ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ଘରୁ ବାହାରକୁ ଆସିଥିବା ସମୟରେ ଖୋଲା ନାଳରେ ଖସିପଡ଼ିଥିଲା ଶିଶୁପୁତ୍ର । ୩ବର୍ଷ ଶିଶୁର ନାଁ ହେଉଛି ଦିବ୍ୟାଂଶୁ । ଘଟଣା ସ୍ଥଳରେ ପୋଲିସ, ବିଏମସି ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ହେଲେ ଏପର୍ଯ୍ୟନ୍ତ ଶିଶୁର କୌଣସି ସନ୍ଧାନ ମିଳିପାରି ନାହିଁ ।

ପିଲାଟି ନାଳରେ ପଡ଼ିଯିବାର ପୁରା ଘଟଣା ସିସିଟିଭିରେ କଏଦ ହୋଇଛି , ଯାହା ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଶିଶୁଟି ଖେଳୁଥିବା ସମୟରେ ଘର ବାହାର ରାସ୍ତାକୁ ଆସିଥିବା ଦେଖିବାକୁ ମିଳିଛି , ହେଲେ ସେଠାରୁ ଘରକୁ ଫେରିବା ସମୟରେ ଶିଶୁଟିର ପାଦ ଖସି ଯାଇଥିଲା । ପାଖରେ ଥିବା ଖୋଲା ନାଳରେ ୨ବର୍ଷର ଶିଶୁଟି ଖସି ପଡ଼ିଥିଲା ।

loading...

Leave A Reply

Your email address will not be published.