Breaking

ବଢ଼ିଲା ବସ୍ ଭଡା

0

ଭୁବନେଶ୍ବର : ରାଜ୍ୟ ସରକାର ବସ୍ ଭଡା ବୃଦ୍ଧି କରିଛନ୍ତି । ତୈଳଦର ବୃଦ୍ଧି ପରିପ୍ରେକ୍ଷୀରେ ସରକାର ଏହି ବସ୍ ଭଡା ବୃଦ୍ଧି କରିଛନ୍ତି । କିଲୋମିଟର ପିଛା ୧ ପଇସାରୁ ୨ ପଇସା ବସ୍ ଭଡା ବୃଦ୍ଧି କରାଯାଇଛି । ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡା କିଲୋମିଟର ପିଛା ୧ ପଇସା ବୃଦ୍ଧି କରାଯାଇଛି । ସାଧାରଣ ବସ୍ ଭଡା ୬୮ରୁ ୬୯ ପଇସା ଏବଂ ଏକ୍ସପ୍ରେସ୍ ବସ୍ ଭଡା ୭୧ରୁ ୭୨ ପଇସାକୁ ବୃଦ୍ଧି କରାଯାଇଛି ।
ସେହିପରି ଡିଲକ୍ସ ବସ୍ ଭଡା କିଲୋମିଟର ପିଛା ୨ ପଇସା ୯୭ରୁ ୯୯ ପଇସାକୁ ବୃଦ୍ଧି କରାଯାଇଛି ଏବଂ ଏସି ଡିଲକ୍ସ ବସ୍ ଭଡା କିଲୋମିଟର ପିଛା ୧୧୯ରୁ ୧୨୧ ପଇସାକୁ ବୃଦ୍ଧି କରାଯାଇଛି ।

loading...

Leave A Reply

Your email address will not be published.