Breaking

କାର୍‌ଗିଲ ଯୁଦ୍ଧରେ ଶହୀଦ୍‌ ହୋଇଥିଲେ ପିତା, ସେହିଦିନ ଜନ୍ମ ନେଲେ ଝିଅ କିନ୍ତୁ ପାଳନ୍ତି ନାହିଁ ଜନ୍ମଦିନ

0

ପୁଣେ, ୨୬।୭: ସାରା ଦେଶ ଶୁକ୍ରବାର କାର୍‌ଗିଲ ବିଜୟ ଦିବସ ପାଳନ କରୁଥିଲାବେଳେ କିଛି ଘରେ ଆଜି ବି ସମ୍ପର୍କୀୟଙ୍କୁ ହରାଇବାର ଦୁଃଖ ଲିଭିନାହିଁ। ମହାରାଷ୍ଟ୍ରର ସତାରାରେ ରହୁଥିବା ମହାଦେବ ଯଶଓ୍ବନ୍ତ ନିକମ କାର୍‌ଗିଲ ଯୁଦ୍ଧରେ ଯୋଗ ଦେଇ ୧୯୯୯, ଜୁନ୍‌ ୨୬ରେ ସେ ଦେଶ ପାଇଁ ଶହୀଦ ହୋଇଥିଲେ। ସେହିଦିନ ତାଙ୍କ ଝିଅ ଜନ୍ମ ହୋଇଥିଲେ। ଯଶଓ୍ବନ୍ତ ଶେଷଥର ପାଇଁ ସକାଳ ୫.୩୦ରେ ପରିବାର ଲୋକଙ୍କ ସହ କଥା ହୋଇଥିଲାବେଳେ ଏହାର ୬ ଘଣ୍ଟା ପରେ ତାଙ୍କ ଝିଅ ଜନ୍ମ ହୋଇଥିଲା। ଅପରେଶନ୍‌ ବିଜୟ କାରଣରୁ ଘର ଲୋକେ ତାଙ୍କ ନାଁ ରଖିଥିଲେ ବିଜୟା। କାର୍‌ଗିଲ ବିଜୟ ଦିବସର ୨୦ବର୍ଷ ପୂର୍ତ୍ତି ଅବସରରେ ବିଜୟା କହିଛନ୍ତି, ପିତାଙ୍କୁ ଦେଖିନାହିଁ, ଅନ୍ୟମାନଙ୍କଠାରୁ ଯାହା ଶୁଣିଛି ସେ ଜଣେ ଦୟାଳୁ ଲୋକ ଥିଲେ। ପିତାଙ୍କ ମୃତ୍ୟୁ ଯୋଗୁ ହେତୁ ପାଇବା ପରେ ଜୀବନରେ କେବେ ବି ଜନ୍ମଦିନ ପାଳନ କରିବି ନାହିଁ ବୋଲି ନିଷ୍ପତ୍ତି ନେଇଥିଲି ବୋଲି କହନ୍ତି ବିଜୟା। ସେ ଏବେ ଶିବାଜୀ କଲେଜ୍‌ରେ ଗ୍ରାଜୁଏସନ୍‌ କରୁଛନ୍ତି। ଏହାସହ ଏନସିସିରେ ଭାଗ ନେଇଛନ୍ତି। ଭବିଷ୍ୟତରେ ଭାରତୀୟ ସେନାରେ କାର୍ଯ୍ୟ କରିବାକୁ ବିଜୟା ଲକ୍ଷ୍ୟ ରଖିଛନ୍ତି।

loading...

Leave A Reply

Your email address will not be published.